ଲିଙ୍ଗିପୁର ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀବାସର ଶୁଭଉଦ୍‌ଘାଟନ

ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ଲିଙ୍ଗିପୁର ଗ୍ରାମ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନର ଦୀର୍ଘ ୭ବର୍ଷ ପରେ ଆଜି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀବାସର ଶୁଭ ଉଦ୍‌ଘାଟନ ହୋଇଛି । ଏହି ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍‌.ବୀରରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ଏନେଇ ପ୍ରତିଷ୍ଠା ପୂଜା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ରଂଜନ କାର୍ଯୀ, ରମ୍ପା ସମିତି ସଭ୍ୟ ନୀର ଭୂୟାଁ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରୀଛାତ୍ରଗଣ, ଅଭିଭାବକଗଣ ମାନେ ଉପସ୍ଥିତ ଥିଲେ । ଏହି ଛାତ୍ରୀବାସ ଉଦ୍‌ଘାଟନ ପରେ ଅଭିଭାବକଗଣ ଆସ୍ୱସ୍ଥ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ଓଡିଶା ଆଦର୍ଶ ବିଦ୍ୟାଳୟ ୨୦୧୬ ମସିହାରେ ସ୍ଥାପନ ପରେ କୌଣସି ହୋଷ୍ଟେଲର ସୁବିଧା ନଥିଲା । ବିଦ୍ୟାଳୟ ପାଶ୍ୱର୍ରେ ଛାତ୍ରୀନିବାସ ନିର୍ମାଣ କାମ ସରିଥିଲେ ମଧ୍ୟ ଏହା ହସ୍ତାନ୍ତର ପ୍ରକ୍ରିୟା ଓ ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହୋଇ ପାରୁ ନଥିଲା । ଏଠାରେ ପଢୁଥିବା ଶହ ଶହ ଛାତ୍ରଛାତ୍ରୀ ନିଜ ନିଜର ବ୍ୟବସ୍ଥାରେ ଯାତାୟତ କରୁଥିଲେ । ଅନ୍ୟପକ୍ଷରେ ଏହି ବିଦ୍ୟାଳୟ ନିମନ୍ତେ ଖେଳ ପଡିଆ, ଛାତ୍ରାବାସ ଆଦିର ଅଭାବ ବର୍ତ୍ତମାନ ବି ରହିଛି । ଯଦି ଛାତ୍ରାବାସ ଟିିଏ ମଧ୍ୟ ଆରମ୍ଭ ହୋଇଗଲେ ସମସ୍ତ ଛାତ୍ରଛାତ୍ରୀ ଶୃଙ୍ଖଳିତ ଭାବେ ରହିପାରିବେ ବୋଲି ଅଭିଭାବକ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.