ବଜ୍ରପାତରେ ତିନି ପରିବାର ସର୍ବସ୍ବାନ୍ତ, ୨ ଗୁରୁତର, ଜଣେ ସାମାନ୍ୟ ଆହତ

ପାରାଦ୍ଵୀପ :  କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତ ର ବରିହାଡିଆ ଗ୍ରାମରେ ବଜ୍ରପାତ ଘଟି ତିନି ପରିବାର ସର୍ବସ୍ବାନ୍ତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଓ ଜଣେ ସାମାନ୍ୟ ଆହାତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଥିଲା। ଏହାର ପ୍ରଭାବରେ ଗ୍ରାମର ରାଧେଶ୍ୟାମ ପରିଡ଼ା ଙ୍କ ଘରେ ବଜ୍ରାଘାତ ହୋଇ ତାଙ୍କ ଘର ଜଳିବା ଆରମ୍ଭ ହୋଇଥିଲା । ଏହି ସମୟରେ ଘରେ ଥିବା ଏକ ଗ୍ୟାସ୍ ସିଲିଣ୍ଡର୍ ରେ ନିଆଁ ଲାଗିଯିବାରୁ ସିଲିଣ୍ଡର୍ ଟି ଫାଟି ଯାଇଥିଲା। ଫଳରେ ରାଧେଶ୍ୟାମ ଙ୍କ ଘର ନିକଟରେ ଥିବା ଗୈାରହରି ପରିଡ଼ା ଓ ମଥୁରା ପରିଡ଼ା ଙ୍କ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଏଥିରେ ମଥୁରା ବେହେରାଙ୍କ ସ୍ତ୍ରୀ ଲତିକା ପରିଡ଼ା ଓ ତାଙ୍କ ବଡପୁଅ ସଞ୍ଜୟ ପରିଡ଼ା ଗୁରୁତର ଆହତ ହୋଇଥିବା ବେଳେ ମଥୁରା ଙ୍କ ସାନ ପୁଅ ବୁଟୁ ପରିଡ଼ା ସାମାନ୍ୟ ଆହାତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲ, ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଅଗ୍ନିକାଣ୍ଡରେ ତିନୋଟି ପରିବାରର ଘର ଓ ଆସବାବ ପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସମ୍ପୁର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଗୁରୁତର ଆହତ ବ୍ୟକ୍ତି ଙ୍କ ଚିକିତ୍ସା ଉପରେ ସମ୍ପୁର୍ଣ୍ଣ ନଜର ରଖିବା ସହିତ ଉନ୍ନତ ଚିକିତ୍ସା ପାଇଁ ବନ୍ଦୋବସ୍ତ କରିଛନ୍ତି। କୁଜଙ୍ଗ ତହସିଲଦାର, ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସ୍ଥାନୀୟ ସମାଜସେବୀ ତଥା ବିଜେଡି ନେତା ତପନ ସାମନ୍ତରାୟ, ଜିଲ୍ଲାପରିଷଦ ସଦସ୍ୟ ମଧ୍ୟ ଅସହାୟ ପରିବାର କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.