ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା  ଉପକାରଗାରରେ ଥିବା ଅନ୍ତେବାସୀଙ୍କୁ ଛତୁ ଚାଷ  ତାଲିମ କାର୍ଯ୍ୟକ୍ରମର ଉଦଯାପନ

ପାରଳାଖେମୁଣ୍ଡି :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା  ଉପ-କାରାଗାର ର ଅନ୍ତେବାସୀ ମାନଙ୍କୁ ଛତୁ ଚାଷ  ତାଲିମ ପ୍ରଦାନ କରାଯାଇଛି । ଆଜି ଏହି ତାଲିମ ସମାପନ ହୋଇଯାଇଛି ।  ୬ ଦିନିଆ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମରେ ଉପକାରଗାରରେ ଥିବା ୨୮  ଜଣ  ପୁରୁଷ ଅନ୍ତେବାସୀଙ୍କୁ ଛତୁ ଚାଷ ତାଲିମ ଦିଆଯାଇଛି । ଆଜିର ଏହି ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ଉପ-କାରାଗାର ଅଧିକ୍ଷକ ହନୁ ସେଠୀ ଉପସ୍ଥିତ ଥିଲେ ।  ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ସାଇମୋନ ଡୁଂଙ୍ଗଡୁଙ୍ଗ ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ । ପୁରୁଷ ଅନ୍ତେବାସୀ ତାଲିମ ପ୍ରତିଭାଗୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ଓ ତାଙ୍କ ଅଭିଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଅନୁଷ୍ଠାନର ପାଠ୍ୟ ସଂଯୋଜକ ଦିଲ୍ଲୀପ କୁମାର ତନ୍ତି ଏବଂ ଛତୁ ଚାଷ  ପ୍ରଶିକ୍ଷକ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି  ଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.