ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ବଣ୍ଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ବଣ୍ଟନ କଲେ
ମନ୍ତ୍ରୀ ଜଗନ୍ନାଥ ସାରକା
ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସଦର ମହକୁମା ସାଇ ନଗର ଠାରେ ଥିବା ଆରାଧାନା ଫଙ୍କସନ୍ହଲ ଠାରେ ଆଜି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ ଶିବିରରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ରାଶି ବାବଦରେ ଚେକ୍ ବଣ୍ଟନ କରିଥିଲେ । ଏହି ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଲୋକାଭିମୁଖୀ ଯୋଜନା ଏବଂ ଏଥିରେ ବହୁ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବିଶେଷ ସୁବିଧା ରହିଥିବାରୁ ତୁରନ୍ତ ‘ମୋ ସେବା କେନ୍ଦ୍ର’ର ସହାୟତା ନେଇ ନିଜ ନିଜ ନାମ ପଞ୍ଜିକରଣ କରି ଲାଭ ଉଠାଇବାକୁ ଆହ୍ୱନ ଦେଇଥିଲେ । ସେହପରି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ ରୂପାୟନ ଉପରେ ଉପସ୍ଥିତ ଜନ ସମୂହଙ୍କୁ ଉଦ୍ବୋଧନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗୋଷାଣି ବ୍ଲକର ମୋଟ ୪୮୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ବାବଦରେ ସହାୟତା ପ୍ରଦାନ କରାଯାଇଥିଲା । ସେଥି ମଧ୍ୟରେ ୨୧ ହିତାଧିକାରୀ ପରିବାର ବର୍ଗଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ ୪୨ଲକ୍ଷ ଟଙ୍କା, ୨୧ ହିତାଧିକାରୀ ପରିବାରଙ୍କୁ ଅନ୍ତିମ ସଂସ୍କାର ସହାୟତା ରାଶି ବାବଦରେ ୧ଲକ୍ଷ ୫ହଜାର ଟଙ୍କା, ବିବାହ ପାଇଁ ୮୫ ହିତାଧିକାରୀଙ୍କୁ ୪୨ଲକ୍ଷ ୫୦ ହଜାର ଟଙ୍କା, ମାତୃତ୍ୱ ସୁବିଧା ଲାଗି ୫ଜଣଙ୍କୁ ୮୦ ହଜାର ଟଙ୍କା, ୩୧୮ ହିତାଧିକାରୀଙ୍କୁ ଶିକ୍ଷାଗତ ସହାୟତା ନିମନ୍ତେ ୧୩ଲକ୍ଷ ୯୯ହଜାର ୪୦୦ ଟଙ୍କା ଏପରି ଭାବେ ମୋଟ ୧କୋଟି ୩୪ହଜାର ୪୦୦ ଟଙ୍କା ସହାୟତା ରାଶି ବାବଦରେ ଚେକ୍ ପ୍ରଦାନ କରାଯାଇଥିଲା । ସେହିପରି ୩୦ ଜଣଙ୍କୁ ବିଭିନ୍ନ ପ୍ରକାରର ଯଥା ଓବି ଏବଂ ଓସିଡବ୍ଲ୍ୟୁଡବ୍ଲ୍ୟୁ କାର୍ଡ ବଣ୍ଟନ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ସହାୟତା ଶିବିର ଜିଳ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମରିୟମ ରଇତ, ଅତିରିକ୍ତ ଜିଲ୍ଲପାଳ ରାଜେନ୍ଦ୍ର ମିଞ୍ଜ, ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଗୋଷାଣି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ, ଜିଲ୍ଲାପରିଷଧ ସଭ୍ୟ ଏସ୍.ବାଲାରାଜୁ, ଜିଲ୍ଲାପରିଷଦ ସଭ୍ୟା ନୀଳାବତୀ ପାରିଗା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସମ୍ପର୍କିତ ବିଭିନ୍ନ ତଥ୍ୟ ତଥା ଏହି ଯୋଜନାର ସଦୁପଯୋଗ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ବିକାଶ କୁମାର ମେହେର ସଂଯୋଜନା କରିଥିବା ବେଳେ ଶେଷରେ ଗୋଷାଣି ବ୍ଲକ ଓଏଲ୍ଏମ୍ର ବିପିଏମ୍ ସିଏଚ୍. ତିରୁପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରମ ବିଭାଗର କର୍ମଚାରୀବୃନ୍ଦଙ୍କ ସମେତ ଗୋଷାଣି ବ୍ଲକ ଏଇ ନିହାର ନାୟକ, ଜିପିଇଓ ବିନୋଦ ଗୌଡ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।