ନବୋଦୟ  ଛାତ୍ରୀ ସୌଦାମିନୀ  ମୃତ୍ୟୁ ମାମଲା : କ୍ରାଇମ ବ୍ରାଞ୍ଚର ଦ୍ଵିତୀୟ ଦିବସରେ ତଦନ୍ତ ଜାରି

 

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଗତକାଲି ଠାରୁ କ୍ରାଇମ ବ୍ରାଞ୍ଚ ଆରମ୍ଭ କରିଥିବା ବେଳେ ଆଦି ଦ୍ବିତୀୟ ଦିବସରେ ମଧ୍ୟ ତଦନ୍ତ ଜାରି ରଖିଥିବାର ଜଣାପଡିଛି । ଆଜି ପାରଳାଖେମୁଣ୍ଡି ସ୍ଥିତ ଜବହାର ନବଦୋୟ ବିଦ୍ୟାଳୟକୁ ଯାଇଥିଲେ ୫ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ । ବିଦ୍ୟାଳୟ ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପଚରା ଉଚରା କରିଥିବାର ଜଣାପଡିଛି । ତେବେ ତଦନ୍ତରେ ବାଧା ଉପୁଜିବା ସମ୍ଭାବନା ଥିବାରୁ ଏ ସମ୍ପର୍କରେ ମୁହଁ ଖୋଲିନାହାନ୍ତି କ୍ରାଇମ ବ୍ରାଞ୍ଚ ଟିମ୍ । ଏହି 5ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ ସହ ମୃତ ଛାତ୍ରୀ ସୌଦାମିନୀ ରଇତଙ୍କ ମାତା ତଥା ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିବାର ଜଣାପଡିଛି । ଗତକାଲି ପ୍ରଥମ ଦିନରେ କ୍ରାଇମ ବ୍ରାଞ୍ଚ ଟିମ୍ ପ୍ରଥମେ  କାଶୀନଗର ଗସ୍ତ କରି ସେଠାରେ ରହୁଥିବା ମୃତ ସୌଦାମିନୀଙ୍କ ମାତା ପିତାଙ୍କ ସମେତ ଅନ୍ୟ ଜଣକୁ ପଚରା ଉଚରା କରି ବୟାନ ରେକର୍ଡ କରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀକୁ ହତ୍ୟା କରି ସୁପରୀକଳ୍ପିତ ଭାବେ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ଗତ ଫ୍ରେବୁଆରି ମାସରେ ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.