ଜମି ମାଫିଆ ମାନଙ୍କୁ ମହଙ୍ଗା ପଡିଲା ତହସିଲଦାରଙ୍କୁ ଆକ୍ରମଣ କରିବା ,ଜେସିବି ଟ୍ରାକ୍ଟର ସହ ୮ଜଣଙ୍କୁ ଗିରଫ କଲା ପୋଲିସ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ସିରିୟାଲ ଶୁଭ୍ର ପଟେଲଙ୍କ ସହିତ ପରଜଙ୍ଗ RI ଏବଂ ତହସିଲ କିରାଣୀଙ୍କୁ ମାଡ଼ ମାରିବା ଘଟଣାରେ ୮ ଜଣ ଜମି ମାଫିଆଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ୨୪ ଘଣ୍ଟା ନପୁରୁଣୁ ଆକ୍ସନର ରିଆକ୍ସନ ଦେଖାଇଛି କାମାକ୍ଷାନଗର ପୋଲିସ । କାମାକ୍ଷାନଗର, ମୁକ୍ତାପଶି ,ପଥରଖମ୍ବ ଓ ଚୁଳିଆ ଗାଁର ୮ ଜଣ ଜମି ମାଫିଆ ସମ୍ପୃକ୍ତି ଥିବା ସୂଚନା । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଜେସିବି ମେସିନ ଓ ଦୁଇଟି ଟ୍ରାକ୍ଟରକୁ ଜବତ କରିଛି ପୋଲିସ । ଗତକାଲି ଅପରାହ୍ନ ସମୟରେ ପଥରଖମ୍ବ ଗାଁ କେନାଲ ପାଖରେ ବେଆଇନ ମାଟି ଖୋଲିବାକୁ ନେଇ ପରଜଙ୍ଗ ତହସିଲଦାର ରେଡ଼ କରିଥିଲେ । ଯାହାକୁ ନେଇ ଜମି ଲୁଟରେ ସମ୍ପୃକ୍ତ ମାଫିଆ ମାନେ ତାଙ୍କୁ ଲହୁଲୁହାଣ କରି ମାଡ଼ ମାରି ଘୋଷାଡି ନେଇଥିଲେ । ଯେଉଁ ଘଟଣାରେ ପରଜଙ୍ଗ RI ଆଲୋକ ଲେଙ୍କା ,ତହସିଲ କନିଷ୍ଠ କିରାଣୀ ପ୍ରେମାନନ୍ଦ ସାହୁ ବାରଣ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ଦୁର୍ବୁତ୍ତ । ଯାହାକୁ ନେଇ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ରଞ୍ଜନ କୁମାର ଦେ ଏବଂ କାମାକ୍ଷାନଗର ଥାନା ଅଧିକାରୀ ଶରତ କୁମାର ମହାଳିକ ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଖୁବଶୀଘ୍ର ଜିଲ୍ଲାରେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରାଯାଇ ଜମି, ଖଣି, ବାଲି ,ଜଙ୍ଗଲ ଲୁଟେରାଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସପି ଜ୍ଞାନରଞ୍ଜନ ମହାପାତ୍ର ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.