ନୂଆପଡା ବ୍ୟତୀତ ଜିଲ୍ଲାର ୪ଗୋଟି ବ୍ଲକରେ ରବି ଧାନ ମଣ୍ଡି ଆରମ୍ଭ

ନୂଆପଡା ବ୍ୟତୀତ ଜିଲ୍ଲା ର ଚାରୋଟି ବ୍ଲକ ରେ ରବି ଧାନ ମଣ୍ଡି ଆରମ୍ଭ

ନୂଆପଡା : ନୂଆପଡା ଜିଲ୍ଲାରେ ଆଜି ଠାରୁ ରବି ଧାନ ବିକ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି।ଖଡ଼ିଆଳ, ସିନାପାଲି, କୋମନା ଓ ବୋଡେ଼ନ ବ୍ଲକରେ ମଣ୍ଡି ଖୋଲିଥିବା ବେଳେ ନୂଆପଡା ବ୍ଲକରେ ଆରମ୍ଭ ହୋଇନାହିଁ।ଜିଲ୍ଳାରେ ମୋଟ ୨୬ ପେକ୍ସ ଅଧୀନରେ ୩୪ ଟି ମଣ୍ଡି ଖୋଲିବାକୁ ଥିବା ବେଳେ ୮୫୩୪ ଚାଷୀ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ, ସେମାନଙ୍କ ମଧ୍ୟରୁ ୮୨୨୪ ଚାଷୀ ପଞ୍ଜିକୃତ ହୋଇଛନ୍ତି।ଜିଲ୍ଲାରେ ମୋଟ ଚାରି ଲକ୍ଷ ତେସ୍ତରୀ ହଜାର କ୍ୱିଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରହିଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । ଜିଲ୍ଲାର ନୂଆପଡା ବ୍ୟତୀତ ଚାରି ଗୋଟି ବ୍ଲକ ରେ ବିଧିବଦ୍ଧ ଭାବରେ ରବି ମନ୍ଦି ର ଉଦଘାଟନ ହୋଇଥିବା ବେଳେ ଖଡ଼ିଆଳ ବ୍ଲକ ବରଗାଁ ଠାରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦଘାଟନ କରି ଚାଷୀ ମାନେ ଠିକ ସମୟରେ ଧାନ ବିକ୍ରି କରି ଠିକ ସମୟରେ ଟଙ୍କା ପାଇ ପାରିବେ ବୋଲି କହିଥିଲେ। ଚାଷୀ ଙ୍କ ପ୍ରତି କୌଣସି ପ୍ରକାର ଯେମିତି ଅସୁବିଧା ନହୋଇଛି ସେଉପରେ ଜିଲ୍ଲା ପ୍ରଶାସନ ସଜାଗ ଅଛି ବୋଲି କହିଛନ୍ତି । ଅପରପକ୍ଷରେ ଚାଷୀ ମାନଙ୍କ ବିଭିନ୍ନ ଅଭିଯୋଗ ମାନଙ୍କ ମଧ୍ୟରେ କିଛି ଚାଷୀ ଙ୍କ ଧାନ ଅମଳ ର ପରିମାଣ ହିସାବରେ କାମ ଟାର୍ଗେଟ ର ଟୋକନ ଆସିଛି କିଛି ଚାଷୀଙ୍କ ଟୋକନ ଆସିନାହିଁ ଏଉପରେ ବ୍ୟବସ୍ଥା କାରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଚାଷୀ ଙ୍କ ସମସ୍ୟାର ସମାଧାନ ନକଲେ ଚାଷୀ ବହୁ ଅସୁବିଧା ର ସମ୍ମୁଖୀନ ହେବେ ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ପଦକ୍ଷେପ ନିଅନ୍ତୁ ନଚେତ ଚାଷୀ ବାଧ୍ୟ ହୋଇ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚାଷୀ ମାନେ କହିଛନ୍ତି । ଏନେଇ ନୂଆପଡା ଜିଲ୍ଲାପାଳ ଓ ସି ଏସ ଓ ଦୃଷ୍ଟି ଦେଇ ସମସ୍ୟା ର ସମାଧାନ କରାଯିବ ବୋଲି କହିବା ସହ କାଳ ବୈଶାଖି ସହ ପ୍ରବଳ ଖରା କୁ ଦୃଷ୍ଟିରେ ରଖି ଆନୁଷଙ୍ଗିକ ସୁବିଧା ସୁଯୋଗ ର ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.