କାକଟପୁର ମା’ ମଙ୍ଗଳାଙ୍କ ପ୍ରତିମାରୁ ଝାଳ ବାହାରୁଥିବା ଦାବି କଲେ ପୂଜକ । ବିଜ୍ଞାନ ଶିକ୍ଷକ କହିଲେ ବୈଜ୍ଞାନିକ କାରଣ ।

କାକଟପୁର ଅଧିଷ୍ଟାତ୍ରୀ ମା’ ମଙ୍ଗଳାଙ୍କ ଅଲୌକିକତାକୁ ନେଇ ଅନେକ କିମ୍ବନ୍ଦନ୍ତୀ ରହିଛି । ପାଷାଣ ରୂପରେ ପୂଜା ପାଉଥିବା ମା’ଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ମାନସିକ ପୂରଣ ଧାଇଁ ଆସନ୍ତି ଭକ୍ତ । ସେହି ମା’ଙ୍କ ମନ୍ଦିରରୁ ଆସିଛି ଆଶ୍ଚର୍ଯ୍ୟ ଓ ଅଲୌକିକ ଦୃଶ୍ୟ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମା’ଙ୍କ ପ୍ରତିମାରୁ ବିନ୍ଦୁ ବିନ୍ଦୁ ଝାଳ ବାହାରୁଥିବା ଘଟଣା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉକ୍ରଣ୍ଠା ବଢ଼ାଦେଇଛି ।

କିମ୍ବନ୍ଦନ୍ତୀରେ କଥାଟିଏ ଅଛି । ‘ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂରେ’ । ଅର୍ଥାତ୍ ମନରେ ବିଶ୍ୱାସ ଥିଲେ ହିଁ ଆମେ ଇଶ୍ୱରପ୍ରାପ୍ତି ହୋଇପାରିବା, ତର୍କ କଲେ ଭଗବାନଙ୍କ ସାନିଧ୍ୟତା ମିଳିପାରିବନି । ସେଥିପାଇଁ କାକଟପୁର ମା’ ମଙ୍ଗଳାଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ରହିଥାଏ । ମା’ଙ୍କ ପ୍ରିୟ ପର୍ବ ଝାମୁଯାତ୍ରାରେ ବିଶେଷ କରି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବି ମନ୍ଦିର ଭିତରେ ଅସହ୍ୟ ଗରମ ଅନୁଭୂତ ହୁଏ । ଆଉ ଏତିକିବେଳେ ମା’ଙ୍କ ପାଷାଣ ପ୍ରତିମାରୁ ବିନ୍ଦୁ ବିନ୍ଦୁ ଝାଳ ବାହାରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ପୂଜକ ଓ ଶ୍ରଦ୍ଧାଳୁ ।

ସକାଳ ହେବା କ୍ଷଣି ମା’ଙ୍କ ଦିବ୍ୟ ସ୍ନାନ ପୂର୍ବରୁ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ମାନବ ଶରୀର ଭଳି ମା’ ପିନ୍ଧୁଥିବା ବସ୍ତ୍ର ସବୁ ଗମ ଗମ ଝାଳରେ ଓଦା ହୋଇଯାଇଥାଏ । ସତେ ଯେମିତି ସାକ୍ଷାତ ମା’ ପାଷାଣ ପ୍ରତିମା ଭିତରେ ବିରାଜମାନ କରିଥାନ୍ତି । ମନ୍ଦିର ଗର୍ଭଗୃହରେ ମା’ଙ୍କ ଏହି ଝାଳରେ ଓଦାଥିବା ବସ୍ତ୍ରମାନ ମହକୁ ଥାଏ ବୋଲି ପୂଜକମାନେ ଭାବୁକ ହୋଇ ବଖାଣିଛନ୍ତି ।

ସେହିପରି ଆଉ ଏକ ଚକିତ କଲା ଭଳି ଘଟଣା ହେଉଛି ଯେ, ମା ମଙ୍ଗଳାଙ୍କ ବିଶ୍ରାମ ଶିଳା । ବିଶ୍ୱାସ ରହିଛି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ମା’ ହେଉଛନ୍ତି ମଙ୍ଗଳା ମା’ । ତେଣୁ ପ୍ରତିଦିନ ପୁଅକୁ ଦେଖିବା ପାଇଁ ପୁରୀକୁ ଯାଇଥାନ୍ତି ଆଉ ଶ୍ରୀମନ୍ଦିରରୁ ଫେରିବା ପରେ କାକଟପୁର ମନ୍ଦିରର ବିଶ୍ରାମ ଶିଳାରେ ଥକା ମେଣ୍ଟାଇଥାନ୍ତି ମଙ୍ଗଳା ମା’ । ତେଣୁ ବିଶ୍ରାମଶିଳାଟି ବସିବା ଢ଼ାଞ୍ଚାରେ ଦିନକୁ ଦିନ ଗଭୀର ହୋଇଯାଉଛି ବୋଲି ଦେଖିବାକୁ ମିଳିଛି ।

ଏପଟେ ମଙ୍ଗଳାଙ୍କ ପ୍ରତିମାରୁ ଝାଳ ବାହାରୁଥିବା ଖବରକୁ ନେଇ ବିଶ୍ୱାସ ନୁହେଁ ବୈଜ୍ଞାନିକ କାରଣ ରହିଛି ବୋଲି ସ୍ଥାନୀୟ ବିଜ୍ଞାନ ଶିକ୍ଷକ କହିଛନ୍ତି । ପଦାର୍ଥ ଓ ଜଳବାୟୁକୁ ନେଇ ଏହାର ସମ୍ପର୍କ ରହିଥିବା ମତ ପ୍ରକାଶ କରିଛନ୍ତି ବିଜ୍ଞାନ ଶିକ୍ଷକ ।

ଗୋଟିଏ ପଟେ ବିଶ୍ୱାସ ଅନ୍ୟପଟେ ବିଜ୍ଞାନ । ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡ଼ିତ ଥିବା କାକଟପୁର ମା’ ମଙ୍ଗଳାଙ୍କ ଅନେକ ମହିମା ରହିଛି ବୋଲି ବିଶ୍ୱାସ । କିନ୍ତୁ ମା’ଙ୍କ ପ୍ରତିମାରୁ ଝାଳ ବାହାରୁଥିବା ଖବର ଏବେ ବିଶ୍ୱାସ ଓ ବିଜ୍ଞାନ ମଝିରେ ଛିଡ଼ା ହୋଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.