ବୃଦ୍ଧାଙ୍କ ଉପରେ ଚଢ଼ିଲା ଶହ ଶହ ଗାଡି ,ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ଉଦ୍ଧାର କଲା ପୋଲିସ ।

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଶିବୁଳାପଶି ଗାଁ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ମୃତ ବୃଦ୍ଧାଙ୍କର କୌଣସି ପରିଚୟ ମିଳି ପାରିନାହିଁ । ତେବେ ତାଙ୍କ ଶରୀର ଉପରେ ଶହ ଶହ ସଂଖ୍ୟକ ଯାନବାହନ ଚଢି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ବୃଦ୍ଧାଙ୍କର ଶତାଧିକ ଖଣ୍ଡ ବିଖଣ୍ଡିତ ଶରୀର ରାସ୍ତାର ଚାରିଆଡେ ବିକ୍ଷିପ୍ତ ଅବସ୍ଥାରେ ପଡିରହିଥିଲା । ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତ ଖଣ୍ଡ ବିଖଣ୍ଡିତ ଶରୀର ଗୁଡିକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଥିବାର ଜଣାପଡିଛି । ତେବେ ଘଟଣାଟି ଭୋର ସମୟରୁ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ଧାର କାରଣରୁ ବୃଦ୍ଧାଙ୍କ ଉପରେ ଶହ ଶହ ଗାଡି ଚଢି ଯାଇଥିବା ଜଣାପଡିଛି । ଏ ନେଇ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ କାମାକ୍ଷାନଗର ମେଡ଼ିକାଲକୁ ପଠେଇ ଅଧିକ ତନାଘନା କରୁଛି ।