ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା-୨୦୨୩ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଭବାନୀପାଟଣା : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଙ୍କ ଅଧ୍ୟକ୍ଷତାରେ ୨୦୨୩ ବର୍ଷ ନିମନ୍ତେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ଜୁନ ୨୦ ତାରିଖ ଓ ବାହୁଡା଼ ଯାତ୍ରା ୨୮ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ସୁଚାରୁରୂପେ ପାଳନ ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରି ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ ଏଜେଣ୍ଡା ଅନୁଯାୟୀ ବିବରଣୀ ପାଠ କରିଥିଲେ । ବୈଠକ ରେ ଉପ ଜିଲ୍ଲାପାଳ,ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଜୟ କୁମାର ନନ୍ଦ , ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା ଉପସ୍ଥିତ ଥିଲେ। ଚଳିତ ବର୍ଷ ମହାପ୍ରଭୁଙ୍କ ପହଣ୍ଡିବିଜେ ଓ ଛେରାପହଁରା ଆସନ୍ତା ଜୁନ ମାସ ୨୦ ତାରିଖ ଦିନ ଅପରାହ୍ନ ୪.୦୦ ଘ ସମୟରେ ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ଦ୍ଵାରା ସମାପନ ହେବ। ପୋଲିସ ବିଭାଗ ତରଫ ରୁ ଶାନ୍ତି ଶୃଙ୍ଖଳା ରକ୍ଷା ,ପ୍ରଶାସନ ଦ୍ବାରା ମାଜିଷ୍ଟ୍ରେଟ ମୃତୟନ,ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପନ ,ମାଉସୀମା ମନ୍ଦିର ନିକଟରେ ଆବଶ୍ୟକ ସୁରକ୍ଷା କର୍ମୀ ମୃତୟନ,ସୁରକ୍ଷା ଦୃଷ୍ଟିରୁ ମହାପ୍ରଭୁଙ୍କୁ ଭକ୍ତ ବୃନ୍ଦଙ୍କ ତଳୁ ଦର୍ଶନ,ଯାନବାହାନ ଚଳାଚଳ ନିୟନ୍ତ୍ରଣ ଓ ଡ୍ରାଇଭରସନ୍, ଜଗନ୍ନାଥ ମନ୍ଦିର ରାସ୍ତା ବେରିକେଡ଼ିଂ,ରଥଟଣା ସମୟରେ ରାସ୍ତାକଡ ଦୋକାନୀଙ୍କୁ ସ୍ଥାନାନ୍ତର ,ରଥ ତିଆରି ଓ ରଥ ଚଳାଚଳ ର ଉପଯୁକ୍ତତା ପ୍ରମାଣପତ୍ର , ରଥର ନୂତନ ବ୍ରେକ, ସେବାୟତ ଓ ପୂଜକଙ୍କୁ ପ୍ରଶାସନ ଦ୍ଵାରା ପରିଚୟ ପତ୍ର ପ୍ରଦାନ ,ଖାଦ୍ୟ ନିରୀକ୍ଷକ ଙ୍କ ଦ୍ଵାରା ରାସ୍ତା କଡ ଓ ହୋଟେଲର ଖାଦ୍ୟ ଯାଞ୍ଚ , ଭ୍ରାମ୍ୟ ମାଣ ସ୍ବାସ୍ଥ୍ୟ ଯାନ ଓ ଆମ୍ବୁଲାନ୍ସ ସେବା,ଭକ୍ତ ବୃନ୍ଦଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ,ଆମିଷ ଓ ମଦ ବିକ୍ରି ଉପରେ କଟକଣା,ରାସ୍ତା ଓ ନାଳ ନର୍ଦ୍ଦମା ସଫା ଓ ବ୍ଲିଚିଂ ,ରଥଯାତ୍ରା ଓ ବାହୁଡା଼ ଯାତ୍ରାର ଧାରା ବିବରଣୀ କେନ୍ଦ୍ର,ଭଜନ ସମାରୋହ ,ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା ,ବାଲାଜୀ ମନ୍ଦିର ରଥଯାତ୍ରା ଓ ଭଜନ ସମ୍ବନ୍ଧୀୟ ବ୍ୟବସ୍ଥା,ମାଉସୀମା ମନ୍ଦିର ପରିସରରେ ଏକ କୋଠରୀ ନିର୍ମାଣ ଇତ୍ୟାଦି ଉପରେ ସବିଶେଷ ଆଲୋଚନା ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା।ସଭାରେ ଗଠନମୂଳକ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଗଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏସ୍ ଡି ପି ଓ ଶ୍ରୀ ସୁନାରାମ ହେମ୍ବ୍ରମ, ଏ. ଇ. ଇ,ଆର୍ ଏଣ୍ଡ ବି ,ତହସିଲଦାର କଳାହାଣ୍ଡି ଶ୍ରୀ ଉପେନ୍ଦ୍ର ଲୁହା, ଏ ଡି ପି ଏଚ ଓ ,କଳାହାଣ୍ଡି, ଡି ଆଇ ପି ଆର୍ ଓ ମନୋଜ ବେହେରା , ଆଇ ଆଇ ସି ଟାଉନ୍ ଥାନା ପ୍ରଦୀପ ଧାରୁଆ,ଇ ଓ ମ୍ୟୁନିସିପାଲଟି ଚିନ୍ମୟ ନାୟକ,ଡି ସି ଓ ଅର୍ପିତା ବେହେରା, ଏସ ଡି ଓ,ଟି ପି ଡବ୍ଲୁ ଓ ଏଲ୍ ରାଜେଶ ମିଶ୍ର, ସହକାରୀ ଜିଲ୍ଲାପାଳ ନ୍ୟାୟିକ ମଦନ ପଣ୍ଡା ଏବଂ ଧର୍ମଗଡ ସହକାରୀ ଜିଲ୍ଲାପାଳ ଗରିବ ଦୀପ ଙ୍କ ସମେତ ଓକିଲ ସଂଘ ସମ୍ପାଦକ ଶ୍ରୀ କମଳ ଲୋଚନ ଶତପଥୀ, ଓକିଲ ଶ୍ରୀ ସୁବ୍ରତ ବହିଦାର,ଶ୍ରୀ ଉତ୍ସବ ସାହୁ, ଜଗନ୍ନାଥ ମନ୍ଦିର ପୂଜକ ଶ୍ରୀ ଅଜୟ ମହାପାତ୍ର, ଶ୍ରୀ ଭଣ୍ଡେଶ୍ୱର ମହାପାତ୍ର, ଶ୍ରୀ ଅରୁଣ ରଥ, ଶ୍ରୀ ଧବଳେଶ୍ବର ମହାପାତ୍ର, ଶ୍ରୀ ଜୟ ଶଙ୍କର ନାଏକ, ଶ୍ରୀ ଅଭୟ ଚରଣ ନାଏକଙ୍କ ସମେତ ଗୁରୁଦ୍ୱାରା ଓ ମସଜିଦ କମିଟିର ସଭାପତି/କର୍ମକର୍ତ୍ତା,ଗଣମାଧ୍ୟମ ପ୍ରତିନିଧି ତଥା ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.