ବଜ୍ରାଘାତ ରେ ୨୧ ଟି ଗୋରୁଗାଈ ୩ ଟି ଛେଳି ମୃତ,୪ ଗାଇଚରାଳି ଗୁରୁତର।

ଆନ୍ଧ୍ର ଓଡ଼ିଶା ସିମାନ୍ତ ବ୍ଳକର ଏକ ପଞ୍ଚାୟତ ରେ କାଳ ବୈଶାଖୀ ଜନିତ ବର୍ଷା , ଘଡଘଡି ସହ ପ୍ରବଳ ବିଜୁଳି ଫଳରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ବେଳ ଅନେକ ଗାଈ ଏବଂ ଛେଳି ମୃତ୍ୟୁବରଣ କରିଥିବା ଯୋଗୁ ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହିପରି କିଛି ଘଟଣା ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ପଞ୍ଚାୟତ ର ରାଙ୍ଗିନିଗୁଡା ଗ୍ରାମରେ । ସୂଚନା ଅନୁଯାଇ ଉକ୍ତ ଗ୍ରାମର ଖରା ସିମାଦ୍ରି ନାମକ ଜଣେ ବୃଦ୍ଧା ଗ୍ରାମର ୦୮ଟି ପରିବାର ର ଗାଈ ଏବଂ ଛେଳି ନିକଟସ୍ଥ ପାହାଡ଼ ବା ଜଙ୍ଗଲକୁ ଚରାଇବା ପାଇଁ ନେଇଥିବା ବେଳେ ଅପରାହ୍ନ ୦୩ଟା ୩୦ମିନିଟରେ ହଟାତ ବିଜୁଳି ସହ ଘଡଘଡି ଓ ବର୍ଷା ମାରିଥିଲା । ଏହି ସମୟରେ ଗାଈ ଚରାଉଥିବା ସୀମାଦ୍ରୀ ଖରା,ପାଣ୍ଡାନା ହନ୍ତାଳ, ମହିମା ଖରା ଓ ପାଟାନା ହନ୍ତାଳ ପ୍ରମୁଖ କୈଣସି ଉପାୟ ନପାଇ ଗୋଟିଏ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ସମସ୍ତ ଗାଈ ଓ ଛେଳି ଗୋଟିଏ ଗଛ ବୁଦା ଭିତରେ ଆଶ୍ରୟ ନେଇଥିବା ବେଳେ ବିଜୁଳି ମାରିଥିଲା । ଯାହାଫଳରେ ୪ ଜଣ ଆହତ ହୋଇଥିଲେ ଓ ଗ୍ରାମବାସୀ ତାଙ୍କୁ ଉଧାର କରି ପ୍ରଥମେ ସୁଙ୍କି ଓ ପରେ ପଟ୍ଟାଙ୍ଗି ଡାକ୍ତରଖାନାକୁ ଆଣି ଚିକିତ୍ସା କରୁଥିବା ଜଣାପଡିଛି।ଏ ସମ୍ପର୍କରେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଙ୍କୁ ଯୋଗାଯୋଗ କରାଯିବାରେ ସେ ଘଟଣା ସମ୍ପର୍କରେ ଅବଗତ ଥିବା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଘଟଣା ସ୍ଥଳକୁ ରାଜସ୍ୱ ନିରୀକ୍ଷକ ଙ୍କୁ ପଠା ଯାଇଛି , ରିପୋର୍ଟ ଆସିବା ପରେ ସରକାରଙ୍କ ନିୟମ ଅନୁଯାଇ କ୍ଷତିଗ୍ରସ୍ତ ପରିବାର ଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ଧାରୁଆ ପ୍ରକାଶ କରିଥିଲେ ।