ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ୫୦ ତମ ତିରୋଧାନ ଦିବସରେ ଉତ୍କଳ ସମ୍ମିଳନୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ ।

ବ୍ରହ୍ମପୁର, ୨୫।୫ : ଉତ୍କଳ ସମ୍ମିଳନୀର ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ପୁରୋଧା ଓ ନବ ଉତ୍କଳ ର ନିର୍ମାତା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ୫୦ ତମ ତିରୋଧାନ ଦିବସ ଅଥବା ୪୯ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ମହାରାଜା ଙ୍କ ପ୍ରତିମୂର୍ତ୍ତୀରେ ଉତ୍କଳ ସମ୍ମିଳନୀ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ  କରାଯାଇଥିଲା। ସମ୍ମିଳନୀର ସଭାପତି ଡ଼ ସୁବ୍ରତ କୁମାର ସାହୁ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସ୍ମୃତି ଚାରଣ ଅବସରରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ମହାରାଜା ଙ୍କ ଅକ୍ଳାନ୍ତ ପରିଶ୍ରମ ତଥା ଅକୁଣ୍ଠ ଅବଦାନ ଅବିସ୍ମରଣୀୟ ଏବଂ ସେ  ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ନାୟକ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଯଥାର୍ଥ ଦାୟାଦ। ୧୯୩୬ ଅପ୍ରେଲ ୧ ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାରେ ମହାରାଜାଙ୍କ ସ୍ୱାର୍ଥତ୍ୟାଗ ଅକ୍ଳାନ୍ତ ପରିଶ୍ରମ କରି ଲଣ୍ଡନ ଠାରେ ଅନୁଷ୍ଠିତ ଗୋଲ ଟେବୁଲ ଯୋଗଦାନ  ନିଜ ରାଜକୋଷରୁ ଅଜସ୍ର ଅର୍ଥ ଖର୍ଚ୍ଚ କରିବା ଯୋଗୁଁ ଏହା ସମ୍ଭବ ହୋଇପାରିଲା ବୋଲି ମତବ୍ୟକ୍ତ କରାଯାଇଥିଲା । ଏହି ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କାର୍ଯ୍ୟକ୍ରମ ରେ ଉପସଭାପତି ତଥା ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ବନମାଳୀ ପାଣିଗ୍ରାହୀ, ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, ଶ୍ରୀମତୀ ସବିତା ସାହୁକାର,ଲାଲା ମୋହନ ପଟ୍ଟନାୟକ, ଭୀଷ୍ମ ଆଚାର୍ଯ୍ୟ ଚୌଧୁରୀ, ପୂର୍ଣଚନ୍ଦ୍ର ସାହୁ ପ୍ରମୁଖ ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.