ପରଜଙ୍ଗ ତହସିଲଦାର ,କନିଷ୍ଠ କିରାଣୀ ଓ ରାଜସ୍ୱ ନିରୀକ୍ଷକଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଦୁର୍ବୁତ୍ତ ।

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ସିରିୟାଲ ଶୁଭ୍ର ପଟେଲଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଦୁଇ ଦୁର୍ବୁତ୍ତ । କାମାକ୍ଷାନଗର ଥାନା ପଥରଖମ୍ବ ଗାଁ ନିକଟରେ ବେଆଇନ ଭାବେ ଜେସିବି ଲଗାଇ ମାଟି ଖୋଳୁଥିବା ସମୟରେ ରେଡ଼ କରିଥିଲେ ତହସିଲଦାର । ରେଡ଼ ସମୟରେ ଫଟୋ ଉଠାଉଥିବା ବେଳେ ତହସିଲଦାରଙ୍କ ଗାଡି ଉପରକୁ ଜେସିବି ମେସିନରେ କରାଯାଇଥିଲା ଆକ୍ରମଣ । ଏଥିସହିତ ପାଖରେ ଥିବା ଗଛର ଡାଳରେ ମାଡ଼ ମାରିବା ସହିତ ସାର୍ଟ କୁ ଘୋଷାଡି ଆକ୍ରମଣ କରିଥିଲେ । ଏଥିରେ ପରଜଙ୍ଗ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ଓ ତହସିଲ ଅଫିସରେ କାର୍ଯ୍ୟରତ କନିଷ୍ଠ ପ୍ରେମାନନ୍ଦ ବେହେରା ବାରଣ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ଦୁଇ ଜଣ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି । ପରଜଙ୍ଗ ତହସିଲଦାରଙ୍କ ମୁଣ୍ଡ ,ମୁହଁ ଓ ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଏ ନେଇ କାମାକ୍ଷାନଗର ପୋଲିସର ତନାଘନା ଜାରି ରଖିଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.