ନେହେରୁ ଯୁବ କେନ୍ଦ୍ର ତରଫରୁ ‘ଯୁବ ସମ୍ବାଦ ଇଣ୍ଡିଆ@୨୦୪୭’ କାର୍ଯ୍ୟ କ୍ରମ ଅବସରରେ“ପଞ୍ଚ ପ୍ରାଣ ଅମ୍ରିତ କାଳ”କୁ ନେଇ ଆଲୋଚନା ଚକ୍ର ଓ ପ୍ରତିଯୋଗିତା ।

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଦ୍ମପୁର ଗ୍ରାମ ଠାରେ ଥିବା ବିନୋଦିନି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ଗଜପତି ଜିଲ୍ଲା ହେଲପିଙ୍ଗ ୟୁଥ ଏସୋସିଏସନର ମିଳିତ ଆନୁକୁଲ୍ୟରେ ‘ଯୁବ ସମ୍ବାଦ ଇଣ୍ଡିଆ@୨୦୪୭’ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରୋମରେ ବିନୋଦିନି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀ ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ବିଶିଷ୍ଟ ଶିକ୍ଷାବିତ୍ତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଆରବିକେଏସର ପରିଚାଳକ ସାଇ ପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ୩୦୦ରୁ ଉର୍ଦ୍ଧ ଯୁବକ-ଯୁବତୀ ତଥା ଛାତ୍ରଛାତ୍ରୀ ବୃନ୍ଦ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟ କ୍ରମରେ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଲ୍ଲେଖ ହୋଇଥିବା “ପଞ୍ଚ ପ୍ରାଣ ଅମ୍ରିତ କାଳ” ଉପରେ ମଞ୍ଚାସୀନ ଅତିଥି ଗଣ ଏବଂ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ତଥା ଯୁବକ ଯୁବତୀଙ୍କ ମଧ୍ୟରେ ଆଲୋଚନା ଚକ୍ର ହୋଇଥିଲା । ଏହା ସହ ଆଲୋଚ୍ୟ ବିଷୟ ଉପରେ ବକୃତା ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ର ମାନଙ୍କୁ ଉଚ୍ଚତ୍ସାହିତ କରିବା ଭଳି ପୁରସ୍କାର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ନେହେରୁ ଯୁବ କେନ୍ଦ୍ର ଦ୍ୱାରା ସଙ୍ଗଠିତ ହୋଇଥିବା ବେଳେ ଗଜପତି ଜିଲ୍ଲା ହେଲପିଙ୍ଗ ୟୁଥ ଏସୋସିଏସନ ସହଯୋଗରେ ହୋଇଥିଲା l ଗଜପତି ଜିଲ୍ଲା ନେହରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଅକ୍ଷୟ ନିପାନେଙ୍କ ନିର୍ଦ୍ଦେଶ ଅନୁଯାଇ ଏବଂ ଗଜପତି ଜିଲ୍ଲା ହେଲପିଙ୍ଗ ୟୁଥ ଏସୋସିଏସନର ମୁଖ୍ୟ ଅଧ୍ୟକ୍ଷ ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେରେ ହୋଇଥିବା ବେଳେ ନେହରୁ ଯୁବ କେନ୍ଦ୍ର ଗଜପତି ର କର୍ମଚାରି ଏ.ମହେଶ୍ୱର ରାଓ ଏବଂ ଭି.ଭାବନି ପ୍ରସାଦ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.