ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଡାକ୍ତରୀଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଡାକ୍ତରୀଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଡାକ୍ତରୀ ଛାତ୍ରୀ ଜଣକ ହେଲେ ଚର୍ମ ରୋଗ ବିଭାଗର ଶୁବାନୀ ପଟ୍ଟନାୟକ । ଶୁବାନୀଙ୍କ ଘର ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଆଜି ପୂର୍ବାହ୍ନରେ ଶୁବାନୀଙ୍କୁ ହଷ୍ଟେଲରୁ ଗୁରୁତର ଭାବେ ଉଦ୍ଧାର କରିବା ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଶୁବାନୀଙ୍କ ମୃତ୍ୟୁ ହୋଇଛି । ତେବେ ଅତ୍ୟାଧିକ ଔଷଧ ଖାଇବା ପରେ ଶୁବାନୀଙ୍କ ମୃତ୍ୟୁ ହୋଇଥିବା ନେଇ ଏମକେସିଜି ମେଡିକାଲ ଫାଣ୍ଡି ଅଧିକାରୀ ଭୈରବୀ କୁମାରୀ ଭୂୟାଁ ସୂଚନା ଦେଇଛନ୍ତି ।