ଅମଲା ସଂଘର ଦ୍ୱିତୀୟ ଦିନରେ ବିଭିନ୍ନ କାର୍ଯ୍ୟାଳୟ ଆଗରେ ଧାରଣା ପ୍ରତିବାଦ – ସମସ୍ତ ସରକାରୀ କାର୍ଯ୍ୟ ଠପ୍‌, ଲୋକେ ହନ୍ତସନ୍ତ

ପାରଳାଖେମୁଣ୍ଡିି, : ଓଡିଶା ଅମଲା ସଂଘର ଆହ୍ୱାନ କ୍ରମେ ଗଜପତି ଜିଲ୍ଲାର ଜିଲ୍ଲା ସ୍ତରୀୟ ମିଳିତ ଅମଲା ସଂଘର ସଦସ୍ୟ ସଦସ୍ୟାମାନେ ଗତ କାଲି ଠାରୁ ସମୂହ ଛୁଟି ନେଇଥିଲେ ହେଁ ଆଜି ଦ୍ୱିତୀୟ ଦିନରେ ଧାରଣା ପ୍ରତିବାଦ ଜାରି ରଖିଛନ୍ତି । ବିଭିନ୍ନ କାର୍ଯ୍ୟାଳୟ ସାମନାରେ ଶାନ୍ତି ପୂର୍ଣ୍ଣ ଧାରଣା ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି । ଏଥି ସହ ସେମାନେ ଜଣାଇଛନ୍ତି ଯେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବା ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି । ସମୂହ ଛୁଟିରେ ସରକାରୀ କର୍ମଚାରୀମାନେ ରହିଥିବାରୁ ସମସ୍ତ କାର୍ଯ୍ୟ ଠପ୍ ହୋଇପଡିଛି । ଲୋକେ ପ୍ରବଳ ଗ୍ରୀଷ୍ମ ଉତ୍ତାପରେ ବିଭିନ୍ନ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରୁ କାର୍ଯ୍ୟାଳୟ ଗୁଡିକୁ ଯାଉଛନ୍ତି । ହେଲେ ଆନ୍ଦୋଳନରତ କର୍ମଚାରୀମାନେ ନଥିବା ଯୋଗୁଁ ନିରାଶରେ ଉଭୟ ସମୟ ଓ ଅଯଥା ଖର୍ଚ୍ଚାନ୍ତ ହୋଇ ଫେରୁଥିବାର ଦେଖିବାକୁ ମିଳିଛି । ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରତ ଅମଲା ସଂଘର ସଭ୍ୟ ସଭ୍ୟାମାନେ ଏକତ୍ରିତ ହୋଇ ବିଭିନ୍ନ ଦାବି ସମୂହ ପ୍ଲାକାର୍ଡ ଓ ସ୍ଲୋଗାନମାନ ଦେଇଥିବାର ଦେଖିବାକୁ ମିଳିଥିଲା । ସେହିପରି ଗୋଷାଣି ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ମିଳିତ ଅମଲା ସଂଘର ସଦସ୍ୟସଦସ୍ୟାମାନେ ଆଜି ଦ୍ୱିତୀୟ ଦିନରେ ସମୂହ ଛୁଟିରେ ରହି ମଧ୍ୟ ପ୍ରତିବାଦ ଧାରଣା ଦେଇଥିବାର ଦେଖିବାକୁ ମିଳିଛି । ବ୍ଲକ ଅଫିସର ସେକ୍ସେନ ଅଫିସର ବୃନ୍ଦାବନ ଗମାଙ୍ଗ, ବିଇଓ ଅଫିସର ଡି.ମନ୍ମଥ ରାଓ, ଗୀତା ପଣ୍ଡା, ତୁଷାରକାନ୍ତ ପାଇକ, ସୁମନ୍ତ ପ୍ରଧାନ, ନାସନ ଗମାଙ୍ଗା, ପ୍ରତିନବ ପରିଡା, ଶେଷଗିରି ବେହେରା, ପି.ସୁନିତା ପାସ୍ପୁରେଡ୍ଡି ପ୍ରମୁଖ ଆନ୍ଦୋଳନରେ ସାମିଲ ଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.