ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର ।

ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ବଡହଂସା ଗ୍ରାମ ତୋଟା ସାହି ନିକଟ ରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଉଲ୍ଲେଖିତ ଗ୍ରାମ ଛକ ନିକଟରେ କେହି ବ୍ୟକ୍ତି ଜଣକ ପଡିଥିବାର ଖବର ପାଇ ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ପୋଲିସ ଟିମ୍ ପହଞ୍ଚି କ୍ଷତାକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।  ହେଲେ ସେଠାରେ ଡାକ୍ତର ଯୁବକ ଜଣଙ୍କୁ ମୃତ ଘୋଷାଣା କରିଥିଲେ । ମୃତ ଯୁବକଙ୍କ କୌଣସି ପରିଚୟ ମିଳିପାରିନଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ଦେଖିବାକୁ ମିଳିଛି । ସେ କେଉଁ ପରିସ୍ଥିତିରେ କ୍ଷତାକ୍ତ ହୋଇପଡି ରହିଥିଲେ ଏବଂ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ସେନେଇ ଗାରବନ୍ଧ ଥାନା ପୋଲିସ ଅନୁସନ୍ଧାନ କରୁଥିବାର ଜଣାପଡିଛି । ଏନେଇ ଗାରବନ୍ଧ ଥାନାରେ ୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଶବଟିକୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ବେଳେ ନିୟମାନୁଯାୟୀ ଶବକୁ ସଂରକ୍ଷିତ ଗୃହରେ ରଖା ଯାଇଛି ଏବଂ ନିର୍ଦ୍ଧାରିତ ସମୟରେ ଅଚିହ୍ନା ଯୁବକଙ୍କ କେହି ସମ୍ପର୍କୀୟ ନଆସିଲେ ଶବ ସତ୍କାର କରାଯିବ ବୋଲି ଜଣାପଡିଛି । ମୃତ ଯୁବକଙ୍କ ଆନୁମାନିକ ବୟସ ୩୫ ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି ଏହି ଘଟଣାର ତଦନ୍ତ କରୁଥିବା ଏସ୍ଆଇ ଚନ୍ଦ୍ରକାନ୍ତ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.