ଚାକିରୀ ନାରେ ଠକେଇ, ଉଭୟ ପକ୍ଷରୁ ପାରଳା ଆଦର୍ଶ ଥାନାରେ ଅଭିଯୋଗ ।

ପାରଳାଖେମୁଣ୍ଡି : ବିଭିନ୍ନ ବିଭାଗରେ ସରକାରୀ ଚାକିରୀ ଦିଆଯିବ ବୋଲି ବହୁ ସଂଖ୍ୟକ ଯୁବତୀଙ୍କୁ ଠକି ଥିବାକୁ ନେଇ ପାରଳାଖେମୁଣ୍ଡି ଥାନାରେ ଏତଲା । ପ୍ରତି ଜଣକ ଠାରୁ ୨୦ ହଜାରରୁ ଉର୍ଦ୍ଧ ଟଙ୍କା ଠକେଇ ହୋଇଥିବା ବେଳେ ଠକାମୀର ଶିକାର ହୋଇଥିବା ୭ ଜଣ ଯୁବତୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ପାରଳାଖେମୁଣ୍ଡି ଓମ୍ ଶାନ୍ତି କଲୋନୀରେ ରହୁଥିବା ସୁଜାତା ମଣ୍ଡଳ ଓ ଆରତୀ ରଇତ ନାମକ ଦୁଇ ଝିଅଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ରାସ୍ତା ଉପରେ ଉକ୍ତ ଯୁବତୀମାନେ ଗାଳିଗୁଲଜ ଟଣାଓଟରା କରିଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି ଦୁଇ ଅଭିଯୁକ୍ତ । ଉଭୟ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପାରଳାଖେମୁଣ୍ଡି ପୋଲିସ । ଚାକିରି କରାଇଦେବା ନାରେ ଠକାମୀର ଶିକାର ହୋଇଥିବା ନେଇ ପାରଳାଖେମୁଣ୍ଡି କଣ୍ଡରା ସାହିର କିଛି ଯୁବତି ତଥା ଝିଅମାନେ ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପାରଳାଖେମୁଣ୍ଡି ଓମ୍ ଶାନ୍ତି କଲୋନୀରେ ରହୁଥିବା ସୁଜାତା ମଣ୍ଡଳ ଓ ଆରତୀ ରଇତ ନାମକ ଦୁଇ ଝିଅ ତାଲିମ ପରେ ସରକାରୀ ଚାକିରୀରେ ନିଯୁକ୍ତି ଦେବାପାଇଁ ପିଲାଙ୍କ ପରିବାର ଲୋକଙ୍କୁ ମନାଇ ପିଲାଙ୍କ ପିଛା ୨୦ ହଜାର ଟଙ୍କା ନେଇ ପାରଳାଖେମୁଣ୍ଡିର ୟୁଟେକ କମ୍ପ୍ୟୁଟର ନାମକ ଏକ ସଂସ୍ଥାରେ ତାଲିମ ଦେବା ନାଁରେ ବହି,ସିଡ଼ି, ବ୍ୟାଗ ଦେଇ ନାଁ ଲେଖାଇଥିଲେ । ତାଲିମ ଦେବା ସମୟରେ ପିଲାଙ୍କୁ ଗାଁ ଗାଁ ବୁଲାଇ ଔଷଧ ବିକ୍ରି ଓ ସଂସ୍ଥା ପାଇଁ ପିଲା ଯୋଗାଇବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ପିଲାମାନେ । ତେବେ ୬ ମାସରୁ ଉର୍ଦ୍ଧ୍ବ ସମୟ ହୋଇଥିଲେ ମଧ୍ୟ ପିଲାଙ୍କୁ କୌଣସି ଜାଗାରେ ନିଯୁକ୍ତି ସୁଯୋଗ ମିଳିଲା ନାହିଁ । ଗତକାଲି ସନ୍ଧ୍ୟାରେ ଉକ୍ତ ଦୁଇ ଝିଅଙ୍କ ସହ ପିଲାଙ୍କ ଅବିଭାବକ ଓ ପିଲାମାନେ ପଚାରି ବାରୁ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଥିଲା । ପରେ ଉଭୟ ପକ୍ଷରୁ ଆରୋପ ପ୍ରତ୍ୟାରୋପ ନେଇ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । ଉକ୍ତ ଦୁଇ ଝିଅ ନିଜକୁ ୟୁଟେକ ସଂସ୍ଥାର କର୍ମଚାରୀ ଭାବେ ପରିଚୟ ଦେଇଥିବା ବେଳେ ଅଭିଯୋଗକାରୀ ପିଲାଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ କମ୍ପ୍ୟୁଟର ତାଲିମ ଦିଆଯାଇଥିଲା କିନ୍ତୁ ଚାକିରୀ କଥା କେବେ କୁହାଯାଇନାହିଁ । ସଂସ୍ଥାରେ ଏଭଳି ଅନେକ ପିଲା ବିଭିନ୍ନ କ୍ଷେତ୍ରରେ ତାଲିମ ନେଉଛନ୍ତି । ପିଲାମାନେ ଓ ତାଙ୍କ ଅବିଭାବକ କରିଥିବା ଅଭିଯୋଗ ଭିତ୍ତିହୀନ । ଏକ ଷଡ଼ଯନ୍ତ୍ର କରି ଆମକୁ ବିଚ ରାସ୍ତାରେ ଆପମାନ କରିଥିବା ପାଲଟା ଅଭିଯୋଗ କରିଛନ୍ତି ଏହି କର୍ମଚାରୀମାନେ । ତେବେ ଏଠାରେ ପିଲା ନାମ ଲେଖାଇବା ସହ ତାଲିମ ପାଇଥିବା ସତ ହେଲେ ସରକାରୀ ଚାକିରିଦେବା ନାଁରେ ପ୍ରଲୋଭନ ଦେଖାଇ ଅର୍ଥ ଆଦାୟ ହୋଇଥିବା ଏବଂ ତାଲିମ ଆଳରେ ବିଭିନ୍ନ କାମରେ ନିୟୋଜିତ କରି ସ୍ଵାର୍ଥ ହାସଲ କରି ଠକେଇ ହୋଇଥିବା ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି । ଅପରପକ୍ଷରେ ଉକ୍ତ କର୍ମଚାରୀ ଦ୍ଵୟଙ୍କୁ କିଛି ପିଲାଙ୍କ ଅବିଭାବକ ଗାଳିଗୁଲଜ ଟଣାଓଟରା କରିଥିବା ନେଇ ପାଲଟା ଅଭିଯୋଗ ହୋଇଛି । ପୋଲିସ ଏବେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଉଭୟ ପଟର ଅଭିଯୋଗ କ୍ରମେ ଦସ୍ତାବିଜ ଓ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ସୂତ୍ର ରୁ ପ୍ରକାଶ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.