ବାଙ୍ଗିରିପୋଷି ଦୁଆରଶୁଣି ଘାଟିରୁ ପ୍ରାୟ ୫୦ ଫୁଟ ତଳକୁ ଖସିଲା ଟ୍ରକ, ଜଣେ ମୃତ ଜଣେ ଆହତ।

ମୟୂରଭଞ୍ଜ।: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟି ତଳକୁ ଟ୍ରକ ଖସି ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛନ୍ତି । ଶନିବାର ସକାଳ ପ୍ରାୟ ୬.୫୦ ସମୟରେ ଏକ WB 41H 1648 ନମ୍ବର ବିଶିଷ୍ଟ ଟ୍ରକ କଲିକତା ରୁ କେନ୍ଦୁଝର ଅଭିମୁଖେ ୪୯ନଂ ଜାତୀୟ ରାଜପଥରେ ଯାଉଥିବା ସମୟରେ ଦୁଆରଶୁଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଘାଟିର ପ୍ରାୟ ୫୦ ଫୁଟ ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ସେଠାରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛନ୍ତି । ତେବେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଜଣକ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳରେ ବୋଲି ଜଣାପଡିଛି । ମୃତ ଟ୍ରକ ଚାଳକ ହେଲେ ୪୫ ବର୍ଷୀୟା ଶ୍ୟାମସୁଦ୍ଦିନ ଖାନ ଓ ଆହତ ହୋଇଥିବା ହେଲ୍ପର ୨୮ ବର୍ଷୀୟା ବଙ୍କିମ ହେମ୍ବ୍ରମ। ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.