ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ

ପାରଳାଖେମୁଣ୍ଡି :  ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଓ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ-ତଥା-ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫୁର ଆଜି ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଗୋଷାଣି ବ୍ଲକ ଅନ୍ତର୍ଗତ ବି.ସୀତାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖଯ ଅତିଥରୂପେ ବିଚାର ବିଭାଗୀୟ ଅଧିକାରୀ ତଥା ବରିଷ୍ଠ ଦେୱାନୀ ସନ୍ତୋଷ କୁମାର ଅଗ୍ରୱାଲ ଯୋଗଦେଇ ଏହି କାର୍ଯ୍ୟକ୍ରମ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବୁଝାଇବା ସହ ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ ବୋଲି ବକ୍ତବ୍ୟ ରଖିଥିଲେ । ସେମାନଙ୍କୁ କୌଣସି ଶ୍ରମ କାର୍ଯ୍ୟରେ ଲଗାଇବାା ଏକ ଅପରାଧ । କୌଣସି ପ୍ରକାରେ ଶାରୀରିକ ଅବା ମାନସିକ କଷ୍ଟ କାର୍ଯ୍ୟରେ ଲଗାଇବା ଦ୍ବାରା ସେମାନଙ୍କର ଏବଂ ଦେଶର ଭବିଷ୍ୟତ ନଷ୍ଟ ହୋଇଥାଏ । ଏଣୁ ଏହି ଶିଶୁ ସ୍ରମିକ ପ୍ରଥାକୁ ସବୁ ସ୍ତରରେ ରୋକାଯାଇ ଏହାର ମୂଳୋତ୍ପାଟନ କରିବା ସକାଶେ ଆଗେଇ ଆସିବାକୁ ଶ୍ରୀ ଅଗ୍ରୱାଲ ଆହ୍ବାନ ଦେଇଥିଲେ । ଉପଯୁକ୍ତ ଶିକ୍ଷା ପ୍ରଦାନ ଦ୍ବାରା ହିଁ ଏହି ପ୍ରଥା ଦୂର ହୋଇପାରିବ ବୋଲି ସେ ମତବ୍ୟକ୍ତ କରିବା ସହ ଶିଶୁମାନଙ୍କ ନିମନ୍ତେ ରହିଥିବା ବିଭିନ୍ନ ମୌଳିକ ଓ ଆଇନଗତ ଅଧିକାର, ଆଇନଗତ ଦଣ୍ଡ ବିଧାନ ଓ ଜରିମାନା ଉପରେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲିଗାଲ ପ୍ରବେଶନର ଅଧିକାରୀ ଡି. ମଲ୍ଲିକ, ‘ପ୍ରାଉଡ’ର ଅଧିକ୍ଷକ ଶର୍ମିଷ୍ଠା ଭୁକ୍ତା ପ୍ରମୁଖଙ୍କ ସମେତ ଅନୁଷ୍ଠାନର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଶୁ ମାନଙ୍କୁ କିଭଳି କମ୍ ମଜୁରୀ ଦେଇ ଶାରୀରିକ ଓ ମାନସିକ ଭାବେ ଶୋଷଣ କରାଯାଇଥାଏ ଏବଂ ଉଦ୍ଧାର ହେବାପରେ ସେମାନଙ୍କୁ କିପରି ଥଇଥାନ କରାଯାଏ ସେ ଉପରେ ଆଲୋକପାତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.