କିଶୋର ନ୍ୟାୟ ପରିଷଦ ହେଲା ପେପର ଲେସ, ଭର୍ଚୁଆଲ ମୋଡରେ ଶୁଭ ଉଦଘାଟନ କଲେ ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୁରୁଣା କୋର୍ଟ ପରିସରରେ ଆଭାସୀ ମାଧ୍ୟମରେ କିଶୋର ନ୍ୟାୟ ପରିଷଦ ତଥା ଜୁଭେନାଇଲ ଜଷ୍ଟିସ କୋର୍ଟ ପେପର ଲେସ ଭାବେ କାମ କରିବ । ଏହି କିଶୋର ନ୍ୟାୟ ପରିଷଦର ପେପର ଲେସ କାର୍ଯ୍ୟ ପ୍ରାରମ୍ଭ ନିମନ୍ତେ ଶୁଭ ଉଦଘାଟନ କରିଛନ୍ତି ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ଃ ଏସ. ମୂରଲୀଧର । ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଗଜପତି ଜିଲ୍ଲା ଦୈରାଜଜ୍ ପ୍ରଣବ କୁମାର ରାଉତ ରାୟ ଏଠାରେ ଯୋଗଦେଇ ଫଳକର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଠାରେ ଥିବା ପୁରୁଣା କୋର୍ଟ ପରିସରରେ ଥିବା କିଶୋର ନ୍ୟାୟ ପରିଷଦ କାର୍ଯ୍ୟାଳୟରେ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ନରତ୍ତମ ସେଠୀ, କିଶୋର ନ୍ୟାୟାଳୟ ପରିଷଦର ପ୍ରିନ୍ସିପଲ୍ ମାଜିଷ୍ଟ୍ରେଟ ସତ୍ୟବ୍ରତ ରାଣା, ବାର କାଉନ୍ସିଲର ସଭାପତି ସିଦ୍ଧେଶ୍ବର ମିଶ୍ର, ସମ୍ପାଦକ ଏମ୍. ପୃଥିବୀରାଜ ପ୍ରମୁଖ ଉପସ୍ଥିତିରେ ଥିଲେ । ଏହି କୋର୍ଟ ମାଧ୍ୟମରେ ବିନା କାଗଜ ପତ୍ରରେ କାର୍ଯ୍ୟ ହେବା ସହ ଅନଲାଇନ ମାଧ୍ୟମରେ କୋର୍ଟ ପରିଚାଳନା କରା ଯିବା ସହ ପୀଡ଼ିତଙ୍କୁ ନ୍ୟାୟ ଦିଆଯାଇପାରିବ ବୋଲି କୁହା ଯାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.