ପୋଖରୀରୁ ଯୁବକଙ୍କ ଶବ ଉଦ୍ଧାର

ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଘୋରଣୀ ଗ୍ରାମରେ ଥିବା ଏକ ପୋଖରୀରୁ ଆଜି ସନ୍ଧ୍ୟା ପାଖାପାଖି ୮ଘଣ୍ଟା ସମୟରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବାର ଜଣାପଡିଛି । ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ, କେଶବ ଦୋରାଙ୍କ ପୁତ୍ର ମୁନା ଦୋରା(୩୫) ଘୋରଣୀ ଗ୍ରାମ ନିକଟରେ ଥିବା ଏକ ପୋଖରୀକୁ ସନ୍ଧ୍ୟା ପ୍ରାୟ ୬ଘଣ୍ଟା ସମୟରେ କଇଁ ଫୁଲ ତୋଳିବାକୁ ଯାଇଥିଲେ । ହେଲେ ଅନ୍ଧାର ହୋଇଯାଇଥିବାରୁ ତାଙ୍କ ଘର ଲୋକେ ପୋଖରୀ ନିକଟକୁ ଯାଇ ଖୋଜାଖୋଜି କରିଥିଲେ । ପାଖା ପାଖି ୮ଘଣ୍ଟା ସମୟରେ ତାଙ୍କ ମୃତ ଦେହ ପୋଖରୀରରୁ ଉଦ୍ଧାର କରିଥିଲେ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୋଖରୀରେ ଉଠିଥିବା ଅନାବନା ଲଟାବୁଦା ତଥା ଫୁଲଗଛର ଦଳ ମଧ୍ୟରେ ଗୋଡ ଫସିଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ଆଲୋଚନା ହେଉଅଛି । ଶବଟିକୁ ଉଦ୍ଧାର କରିବା ପରେ ତୁରନ୍ତ ଗୁରାଣ୍ଡି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଗୁରାଣ୍ଡି ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଥିବାର ଜଣାପଡିଛି । ଏନେଇ ଗୁରାଣ୍ଡି ଥାନାରେ ୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଥାନା ସୂତ୍ରରୁ ପ୍ରକାଶ । ଯୁବକ ମୁନା ଦୋରାଙ୍କ ଏପରି ଅକାଳ ବିୟୋଗକୁ ନେଇ ଘୋରଣୀ ଗ୍ରାମାଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.