ଅଘୋଷିତ ବିଦ୍ୟୁତ କାଟକୁ ନେଇ ଗୋଷାଣି ବ୍ଲକରେ ବଢୁଛି ଜନଅସନ୍ତୋଷ


ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ଆଜି ଦିନ ତମାମ ଅଘୋଷିତ ବିଦ୍ୟୁତକାଟ ହୋଇଛି । ଯାହାକୁ ନେଇ ବ୍ଲକବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ପୂର୍ବସୂଚନା ନ ଦେଇ ଆଜି ସକାଳ ପ୍ରାୟ ୯ଘଣ୍ଟାରୁ ବିଦ୍ୟୁତ କାଟ ହୋଇଛି । ଟାଟା ପାୱାର ବିଦ୍ୟୁତ ଆବଣ୍ଟନ ଦାୟିତ୍ୱ ନେବା ପରେ ଜନସାଧାରଣ ତଥା ବିଦ୍ୟୁତ ଉପଭକ୍ତାଙ୍କୁ ଦାଉ ସାଧୁଛି । ଦିନ ତମାମ ବିଦ୍ୟୁତ ଗାଏବ ହେଉଛି । ସେହିପରି ବିଦ୍ୟୁତ ଦେୟ ମଧ୍ୟ ଅହେତୁକ ବଢିଛି ବୋଲି ଆଲୋଚନା ହେଉଛି । ଗୋଟିଏ ପଟେ ବିଲ୍ ବଢାଇ ଶୋଷଣ କରୁଥିବା ବେଳେ ଅନ୍ୟପଟେ ବିଦ୍ୟୁତ କାଟକରି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଥିବାର ଚୋର୍ଚ୍ଚା ହେଉଛି । ଏନେଇ ବିଭାଗୀୟ ଯନ୍ତ୍ରୀ କିମ୍ବା ଟୋଲଫ୍ରି ନମ୍ବରକୁ ଫୋନ କଲେ କାହାରି ପାଖରେ ସଠିକ ଉତ୍ତର ମିଳୁନାହିଁ । ଏପରି ଦିନ ତମାମ ବିତି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେଉଥିବାରୁ ବ୍ଲକରେ ଥିବା ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଆଦି ସହ ବ୍ୟାଙ୍କ, ପୋଷ୍ଟ ଅଫିସ, ଜନସେବାକେନ୍ଦ୍ର ବିଦ୍ୟୁତ ଉପରେ ନିର୍ଭରଶୀଳ କାମଗୁଡିକ ସମ୍ପାଦନା ହୋଇପାରିନଥିବାର ଜଣାପଡିଥିବା ବେଳେ ସମସ୍ତ କାର୍ଯ୍ୟ ଏକ ପ୍ରକାର କାର୍ଯ୍ୟ ଠପ୍ ହୋଇଯାଇଥିବାର ଜଣାପଡିଛି । ସେହିପରି ମୋବାଇଲ ଟାୱାର ଗୁଡିକ ମଧ୍ୟ ସଠିକ ଭାବେ କାର୍ଯ୍ୟକ୍ଷମ ହେଉନାହିଁ। ଅନ୍ୟପକ୍ଷରେ ଆଜି ଏହି ବ୍ଲକାଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଥିବା ବେଳେ ଦିନ ତମାମ ବିଦ୍ୟୁତ ନଥିବାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏନେଇ ଗାରବନ୍ଧ, ଗୋଷାଣି, ଜଙ୍ଗଲପାଡୁ, ଉପଲଡା ଆଦି ଗ୍ରାମାଞ୍ଚଳବାସୀ କହିଛନ୍ତି ଯେ, ଯଦି ଆଗାମୀ ଦିନରେ ପୂନର୍ବାର ଏପରି ବିଦ୍ୟୁତ ବିଭ୍ରାଟ ଦେଖାଗଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ଏବଂ ଏଥିରେ ଆଇନ ଶୃଙ୍ଖଳା ବିଗିଡିଲେ କେବଳ ଟିପିଏସ୍‌ଓଡିଏଲ୍ ହିଁ ଦାୟି ରହିବ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.