News କାଶୀନଗରରେ ଦ୍ଵିତୀୟ ଦିନରେ ଜବରଦଖଲ ଉଚ୍ଛେଦ ଜାରି । 27 May 2023 kuna patnaik 0 Comments କାଶୀନଗର, ୨୭।୫ : ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ ଆଜି ଦ୍ଵିତୀୟ ଦିବସରେ ମଧ୍ୟ ଜାରି ରହିଥିଲା । ଗତକାଲି କେତେକ ଅଭିଯୋଗକୁ ନେଇ ଆଜି ଜିଲ୍ଲା ପ୍ରଶାସନ ସେ ସବୁକୁ ଦୃଷ୍ଟିରେ ରଖି ଭଙ୍ଗା ଯାଇଥିଲା । କାଶୀନଗର ଫରେଷ୍ଟ ଛକ ଠାରୁ ଆରମ୍ଭ କରି ମାର୍କେଟ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ଘର, ଦୋକାନ, ବଜାର ସବୁ ଜେସିବି ଦ୍ଵାରା ହଟାଯାଇଥିଲ । ଜବରଦଖଲ ବେଳେ ମାଜିଷ୍ଟ୍ରେଟ ଦାଇତ୍ଵରେରେ କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନ ଓ ଗୁମ୍ମା ଅତିରିକ୍ତ ତହସିଲଦାର ଗୁପ୍ତେଶ୍ୱର ମହାପାତ୍ର ଏବଂ ଏନ୍ଏସି ନିର୍ବାହୀ ଅଧିକାରୀ ଆଶିଷ କୁମାର ପ୍ରଧାନ ରହି ଚିହ୍ନଟ ଅନୁଯାୟୀ ଦୁଇଟି ଜେଶିବି ସାହାଯ୍ୟରେ ଭଙ୍ଗା ଯାଇଥିଲା । ଶାନ୍ତି ବଜାୟ ରଖିବା ନେଇ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତିଙ୍କ ନେତୃତ୍ୱରେ ବହୁ ପୋଲିସ ଅଧିକାରୀଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।