ଗଜପତି ଜିଲ୍ଲା ସ୍ତରୀୟ ଆମ୍ବ ମେଳା  ଉଦ୍ଘାଟିତ।

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ବସ୍ଷ୍ଟାଣ୍ଡ ପରିସରରେ ଆଜି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରୀୟମ ରାଇତଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ଆମ୍ବ ମେଳାର ଶୁଭା ଉଦଘାଟନ ହୋଇଯାଇଛି । ଏହି ମେଳା ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା । ଏହି ମେଳା ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସମିତି ଓ ମିଶନ ଶକ୍ତର ମିଳିତ ଆନୁକୂଲ୍ୟରେ ଆମଗାଁ  ଆମ୍ବ ପସରା ନାମରେ ଆମ୍ବ ମେଳା ଆୟୋଜିତ ହେଉଥିବାର ଜଣାପଡିଛି । ଏହି ମେଳାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଉତ୍ପାଦିତ ହେଉଥିବା ପ୍ରାୟ ସବୁ ପ୍ରକାର ଆମ୍ବ ଯେପରି କି  ଆମ୍ରପଲି, ଲେଙ୍ଗଡା, ଦଶେରୀ, ମଲ୍ଲିକା, ବାଇଗଣ ପଲ୍ଲେଇ, ହାତୀ ମୁଣ୍ଡ , ଆଖୁ ରସ ଇତ୍ୟାଦି ପ୍ରଜାତିର ଆମ୍ବ ବିକ୍ରି ହେବ । ଏହି ମେଳାରେ ସିଧା ଉତ୍ପାଦିତ ଗୋଷ୍ଠୀ ମାନଙ୍କ ଠାରୁ ଗଜପତି ଜିଲ୍ଲା ସମେତ ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଆସି ଆମ୍ବ ଏହି ମେଳରେ ବିକ୍ରି ହେବ। ଏହି ଆମ୍ବ ମେଳାରେ ଜିଲ୍ଲାର  ୪ ଗୋଟି ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପରିଚାଳିତ ହେଉଛି । ଏହି ମେଳାରେ ବିଭିନ୍ନ କିସମର ଆମ୍ବ ଆସିଥିବାରୁ ଲୋକମାନଙ୍କ ବିତରେ କିଣିବା ର ଆଗ୍ରହ ରହିଛି ।  ଆଜିର ଏହି ଜିଲ୍ଲା ସ୍ତରୀୟ ଆମ୍ବ ମେଳାରେ ଅଧିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଫଲଗୁନୀ ମାଝୀ, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ  ସୁଶାନ୍ତ ରଞ୍ଜନ ଦାସ, ଓରମାସରୁ ଦିଲ୍ଲୀପ କୁମାର ସାହୁ, ଡିପିଏମ ଓଏଲଏମ  ଅଧିକାରୀ ପ୍ରିୟମ୍ବଦା ବିଷୋୟୀ, ମିଶନ ଶକ୍ତି ଡିପିଏ ମନସ୍ମିତା ପାତ୍ର ସମେତ ଜିଲ୍ଲାର ବିଭିନ୍ନ ସ୍ଵୟଂ ସହୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.