ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

୩ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଲା ଆସ୍ବସ୍ତି

ପାରଳାଖେମୁଣ୍ଡି,୭।୭: ଗଜପତି ଜିଲାର ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଆସ୍ବସ୍ତି ମିଳିଛି । ସେହିକ୍ରମରେ ଆଜି ମୃତ ସୌମ୍ୟରଞ୍ଜଙ୍କ ପତ୍ନୀ ବିଦ୍ୟାଭାରତୀ, ପୂର୍ବତନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ହାଜର ହେବାକୁ ପଡିଲା ନାହିଁ । ବାରମ୍ବାର ନୋଟିସ ସ‌େ‌ତ୍ତ୍ବ  ୩ ଅଭିଯୁକ୍ତ ଏସଡିଜେଏମଙ୍କ କାର୍ଟରେ ବ୍ୟକ୍ତିଗତ ହଜିରା ନହେବାରୁ ଗତ ୨୩ ତାରିଖରେ ଏସଡିଜେଏମ ୩ ଅଭିଯୁକ୍ତଙ୍କ ବିରୋଧରେ ଜାମୀନ ବିହୀନ ଗିରଫ ପରୱାନା ଜାରି କରିଥିବା ବେଳେ ଜୁଲାଇ ୭ ତାରିଖ ସୁଧା ଅଦାଲତରେ ବ୍ୟକ୍ତିଗତ ହାଜର କରାଇବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ । ହେଲେ ସିଆରପିସି ଧାରା ୨୦୫ ଅନୁସାରେ  ଅଭିଯୁକ୍ତମାନେ ବ୍ୟକ୍ତିଗତ ହାଜିରା ନହୋଇ ଓକିଲଙ୍କ ଦ୍ବାରା ପକ୍ଷ ରଖିପାରିବେ ବୋଲି ପୂର୍ବରୁ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି । ସେହିପରି ଏସଡିଜେଏମଙ୍କ ପକ୍ଷରୁ ଜାରି ଜାମୀନ ବିହୀନ ଗିରଫ ପରୱାନା ନିର୍ଦେଶନାମାରେ ରହିତାଦେଶ ଜାରି କରିବାକୁ ବିଦ୍ୟାଭାରତୀଙ୍କ ପକ୍ଷରୁ ହାଇକୋର୍ଟରେ କରାଯାଇଥିବା ଆବେଦନକୁ ମଧ୍ୟ ହାଇକୋର୍ଟ ଗ୍ରହଣ କରିଛନ୍ତି ବୋଲି ବିଦ୍ୟାଭାରତୀଙ୍କ ଓକିଲ ଏଲକେ ଅଧିକାରୀ କହିଛନ୍ତି । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ହତ୍ୟା ଓ  ପ୍ରମାଣନଷ୍ଟ ଉଦ୍ୟମ ଦଫାରେ ମାମଲା ରୁଜୁ ହୋଇଥିଲା । ଆଜି ଯାଏଁ ସେମାନେ ନିଜ ଓକିଲଙ୍କ ଜରିଆରେ ହିଁ ଅଦାଲତରେ ପକ୍ଷ ରଖି ଆସୁଛନ୍ତି । ଏହା ବିରୋଧରେ ମୃତ ସୌମ୍ୟରଞ୍ଜନଙ୍କ ବାପା ନିଜ ଓକିଲ ଜରିଆରେ କୋର୍ଟରେ ପିଟିସନ ଦାଖଲ କରିଥିଲେ । ଏହାପରେ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ହାଜିରା ହେବାକୁ ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ନୋଟିସ ଜାରି କରିଥିଲେ । ହେଲେ ବାରମ୍ବାର ନୋଟିସ ପରେ ଅଭିଯୁକ୍ତମାନେ କୋର୍ଟରେ ହାଜର ନହେବାରୁ ଅଦାଲତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଜାମୀନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ଏହା ଭିତରେ ହାଇକୋର୍ଟ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ହାଜିରା ନହୋଇ ଓକିଲଙ୍କ ଦ୍ବାରା ପକ୍ଷ ରଖିପାରିବେ ବୋଲି ଅନୁମତି ଦେଇସାରିଥିଲେ ।  ସେହିକ୍ରମରେ ଜାମୀନ ବିହୀନ ଗିରଫ ପରୱାନା ପ୍ରତ୍ୟାହାର କରିନେବାକୁ ଆଜି ବିଦ୍ୟାଭରତୀଙ୍କ ଓକିଲ ଏଲକେ ଅଧିକାରୀ ପାରଳାଖେମୁଣ୍ଡି ଏସଡିଜେଏମଙ୍କୁ ଅନୁରୋଧ କରିଥିଲେ ।  ଏହାପରେ ମୃତ ସୌମ୍ୟରଞ୍ଜନଙ୍କ ବାପା ଓ ତାଙ୍କ ଓକିଲଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.