ନବୋଦୟ ଛାତ୍ରୀ ମୃତ୍ୟୁ ମାମଲା, ଗଜପତିରେ କ୍ରାଇମବ୍ରାଞ୍ଚର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ

ପାରଳାଖେମୁଣ୍ଡି,୭।୭ : ପାରଳାଖେମୁଣ୍ଡି ସ୍ଥିତ ଜବହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର କ୍ରାଇମବ୍ରଞ୍ଚ ନେଇଛି । ଗତମାସରେ କ୍ରାଇମବ୍ରାଞ୍ଚ ଟିମ ଗଜପତି ଜିଲାକୁ ଆସି ବିଭିନ୍ନ ଦିଗରୁ ତଦନ୍ତ କରି ତଥ୍ୟ ପ୍ରମାଣ ସଂଗ୍ରହ କରି ଫେରିଥିଲା । ଆଜି ପୁଣି ୪ ଜଣିଆ କ୍ରାଇମବ୍ରାଞ୍ଚ ଦଳ ପାରଳାଖେମୁଣ୍ଡିରେ ପହଞ୍ଚି ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିଛନ୍ତି । ଆଜି କ୍ରାଇମବ୍ରାଞ୍ଚ ଜବାହାର ନବୋଦୟ ବିଦ୍ୟାଳୟରେ ପହଞ୍ଚି ସୌଦାମିନୀ ସହପାଠୀ, ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି । ପ୍ରକାଶଥାଉକି, ଗତ ଫେବୃଆରୀ ମାସରେ ସୌଦାମିନୀଙ୍କ ଝୁଲନ୍ତା ମୃତଦେହ ବ‌େିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ କୋଠାରୁ ମିଳିଥିଲା । ଏହି​‌ ଘଟଣା ଜିଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ସୌଦାମିନୀଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଦୀର୍ଘ ୪୬ ଦିନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.