ଗୋଷାଣି ବିଇଓ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସଦର ମହକୁମା ଠାରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ପୂର୍ବତନ ବିଇଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଏବଂ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଆର୍ସିସି ଶିବାଜୀ କହଁର ଓ ସମସ୍ତ ସିଆର୍ସିସି ମାନେ ଯୋଗ ଦେଇ ନୂତନ ବିଇଓ ଶ୍ରୀ କିଶୋର କୁମାରଙ୍କୁ ସ୍ୱାଗ କରିବା ପୂର୍ବକ ପୁଷ୍ପଗୁଚ୍ଛ ଦେଇ ଥିଲେ । ସେହିପରି ବିଦାୟ ନେଇଥିବା ପୂର୍ବତନ ବିଇଓ ଆଦିକନ୍ଦ ଗମାଙ୍ଗଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ସହ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଜି. କ୍ରିଷ୍ଣା ରାଓଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପୂର୍ବକ ମାନପତ୍ର ସହ ଉପଢୈକନ ପ୍ରଦାନ କରାଯାଇଥିଲା । ବିଦାୟ ନେଇ ଥିବା ବିଇଓ ଏବଂ ଅବସର ନେଇଥିବା ସହକାରୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାବଳିର ଭୂୟଶୀ ପ୍ରସଂଶା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଗୋଷାଣି ସିଆର୍ସିସି ରସ୍ମିତା ସାମଲ ସଂଯୋଜନା କରିଥିଲେ ।