ବିଭିନ୍ନ ସ୍ଥାନରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ  ଅବସରରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ   

ପାରଳାଖେମୁଣ୍ଡି : ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ  ଅବସରରେ ଆଜି ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ବୃକ୍ଷ ରୋପଣ କରିଥିବା ବେଳେ  ଭାରପ୍ରାପ୍ତ  ଆଇପି ସୁରେନ୍ଦ୍ର ପାତ୍ର ଓ ଭାରତ ସ୍କାଉଟ୍ସ ଓ ଗାଇଡ଼ସ ମାଷ୍ଟେର  ମାନଙ୍କ ସହାୟତା ରେ ଏହି  ଚାରା ରୋପଣ କାର୍ଯ୍ୟକ୍ରମ  ହୋଇଥିଲା | ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସେକ୍ସନ ଅଫିସର ଗାମିଏଲ ରଇତ, ସି. ଏଚ ବଇଣକୁଣ୍ଠ  ରାଓ,ଦୁର୍ଗା ମାଧବ ପାଢ଼ୀ, ସନ୍ଧ୍ୟା ରାଣୀ ଦାସ ପ୍ରମୁଖ ସହଯୋଗ  କରିଥିଲେ| ସେହିପରି ପାରଳା ସହର ଉପକଣ୍ଠସ୍ଥ  ଯାଜପୁର ଠାରେ ବନାଞ୍ଚଳ ଠାରୁ ପାଇଥିବା ବେଲ ଚାରା , ଲେମ୍ବୁ ଚାରା, ଅଳା ଚାରା ଭଳି ବହୁ ମୂଲ୍ୟବାନ ଚାରା ଗୁଡିକୁ ବିଦ୍ୟାଳୟ ପରିସରରେ  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ଚାରା ରୋପଣ କରି ଥିଲେ | ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଖେଳ ଶିକ୍ଷକ ଧୀରେନ୍ଦ୍ର ସାମଲ  ସହକାରୀ ଶିକ୍ଷକ ମୋହନ ବାରିକ, ଶିକ୍ଷୟତ୍ରୀ ନର୍ମଦା ଦେଇ, ଚପଳା ପାଢ଼ୀ, ଏମ. ପ୍ରିୟଙ୍କା, ଇନ୍ଦିରା ପଣ୍ଡା, ବବିତା ପୁରହିତ ପ୍ରମୁଖ ସହଯୋଗ  କରିଥିଲେ| ସେହିପରି ଇଣ୍ଡିଆନ ରେଡ୍ କ୍ରସ ସୋସାଇଟି ଆନୁକୁଲ୍ୟରେ ଯୁବ ରେଡ୍ କ୍ରସର ସଦସ୍ୟମାନେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ମଧ୍ୟ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ,  ମହାବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ତଥା ସେବାନିବୃତ ଭାରତୀୟ ପ୍ରସାସନିକ ସେବା ଅଧିକାରୀ ଧିରେନ୍ଦ୍ରନାଥ ପାଢୀ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଯୁବ ରେଡ୍ କ୍ରସର ପରାମର୍ଶଦାତା ସୁକାନ୍ତ କୁମାର ବେହେରା ପ୍ରମୁଖଙ୍କ ସହ ରେଡ୍ କ୍ରସର ବହୁ ସଦସ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.