ଚୋରା ଦେଶୀ ରନ୍ଧା ମଦ ଭାଟି ଉପରେ ଚଢଉ, ବିପୁଳ ପରିମାଣର ମହୁଲ ପୋଚ ଏବଂ ମଦ ଜବତ


ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନଙ୍କ ନିର୍ଦ୍ଦେଶ ପ୍ରକାରେ ଅବକାରୀ ଅଧ୍ୟକ୍ଷକ ପ୍ରଭାତ କୁମାର ସେଠୀଙ୍କ ଆଦେଶ କ୍ରମେ ଅବକାରୀ ଥାନା ନିରୀକ୍ଷକ ନବସ୍ମିତା ନାୟକଙ୍କ ତତ୍ତ୍ବାବଧାନରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ନେରେଡିଗୁଡା ଗ୍ରାମାଞ୍ଚଳରେ ଥିବା ଚୋରା ଦେଶୀ ରନ୍ଧା ମଦ ଭାଟି ଉପରେ ଡଢଉ କରାଯାଇଥିଲା । ଏହି ଚଢଉ ବେଳେ ମଦ ରନ୍ଧା ସ୍ଥଳରୁ ବିପୁଳ ପରିମାଣର ବେଆଇନ୍ ଗୁଡ ମିଶ୍ରିତ ମହୁଲ ପୋଚ ଏବଂ ମଦ ଜବତ କରାଯାଇଥିଲା । ପ୍ରାୟ ୧୫୦୦ଲିଟର ବେଆଇନ ମହୁଲ ପୋଟ୍ ସହ ୨୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବା ବେଳେ, ଏହି ଚଢ଼ାଉରେ ଅବକାରୀ ସଦର ଥାନା ନିରୀକ୍ଷକ ବିଙ୍ଗରାଜ ଦାମୀ ଏବଂ ମୋବାଇଲ ୟୁନିଟର ଉପନିରୀକ୍ଷକ ପି. ଛିତ୍ରିୟା, ପ୍ରକାଶ କୁମାର ଷଢଙ୍ଗୀ ଓ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ଉପସ୍ଥିତ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।