ଅଘୋଷିତ ବିଦ୍ୟୁତ କାଟ୍ ଓ ଅହେତୁକ ବିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଅଘୋଷିତ ଘନ ଘନ ବିଦ୍ୟୁତ କାଟ, ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ, ଲୋଭଲଟେଜ ସମସ୍ୟା ଆଦି ପ୍ରତିବାଦ କରି  ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାର ଦେଖିବାକୁ ମିଳିଛି । ଆଜି ଏନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା  ଆୟୋଜନ କରାଯାଇ ଟାଟା ପାୱାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନମାନ ଦେଇ ନଗର ପରିକ୍ରମା କରାଯାଇଥିଲା । ପରେ କଂଗ୍ରେସ ନେତା ଓ କର୍ମୀମାନେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଧାରଣା ସମାବେଶ ପ୍ରଦର୍ଶନ କରିଥିଲେ । ସେମାନଙ୍କ ଅଭିଯୋଗ ହେଲା ଜିଲ୍ଲାରେ ଆଭ୍ୟନ୍ତରୀଣ ଗାଁ ଗହଳିରେ ବାରମ୍ବାର ବିଦ୍ୟୁତ କାଟ ହେବାସହ ଦିନ ଦିନ ଧରି ବିଦ୍ୟୁତ ସରବରାହ ବନ୍ଦବା ସହ ଅହେତୁକ ବିଦ୍ୟୁତ ଦେୟ ବୃଦ୍ଧି ଆଦିକୁ ନେଇ ପ୍ରତିବାତ କରିଥିଲେ । ଏହା ସହ ଏପରି ଅଭିଯୋଗ ଅନେକ ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ କୌଣସି ଫଳ ମିଳିନଥିବାର ପ୍ରକାଶ କରିଛନ୍ତି । ଯଦି ଏଭଳି ଅବସ୍ଥା ଯଦି ଲାଗିରହେ ତେବେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓଲାଇ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥୀ ମୋହନା ବିଧାୟକ ଦାସରଥି ଗମାଙ୍ଗ କହିଛନ୍ତି । ଏହି ବିକ୍ଷୋଭ ଓ ଧାରଣା ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ବସନ୍ତ ପଣ୍ଡା, ପ୍ରାକ୍ତନ ପାରଳା ପୌରପରିଷଦର ଉପାଧ୍ୟକ୍ଷ ସଂଜୟ ଅଧିକାରୀ, ଅଭିମନ୍ୟୁ ପଣ୍ଡା, ସଂଗ୍ରାମ ସାହୁ ପ୍ରମୁଖଙ୍କ ସହ ବ୍ଲକସ୍ତରୀୟ ନେତା ଓ କର୍ମୀମାନେ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.