୧୮ରୁ ପ୍ରାକ୍ ମୌସୁମୀ ବର୍ଷା, ୧୮ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୧୮ ରୁ ୨୧ ମଧ୍ୟରେ ଓଡିଶା ଛୁଇଁବ ବୋଲି ଅନୁମାନ କରାଯାଉଛି। ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ରହିଛି। ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ କାଲି ଲ୍ୟାଣ୍ଡଫଲ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୧୮ ରୁ ଦକ୍ଷିଣ ଓଡିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ। ବର୍ଷା ପ୍ରଭାବରେ ରାଜ୍ୟରେ ପାଗ ବଦଳିବ। ଆସନ୍ତା ୧୮ ଯାଏଁ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟ୍ଓ୍ବେଭ ଆଲର୍ଟ ରହିଛି। ସ୍ବାଭିମାନ ଠାରୁ ୬.୫ ଡିଗ୍ରୀ ଉପରେ ପାରଦ ରହିବ। ସମ୍ବଲପୁର, ବରଗଡ଼, ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର, ସୋନପୁରକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ୧୬ ତାରିଖରୁ ଉପକୂଳରେ ବି ତାତି ବଢିବ। ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।