ଚମ୍ପା ଘାଟିରେ ମ୍ୟାକ୍ସ ପିକଅପ୍ ଦୁର୍ଘଟଣା, ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ

ପାରଳାଖେମୁଣ୍ତି : ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଚମ୍ପା ଘାଟିରେ ଏକ ମ୍ୟାକ୍ସ ପିକଅପ୍ ଦୁର୍ଘଟଣାଗସ୍ତ ହୋଇଥିବାର ଜଣାପଡିଛି । ଏହି ଦୁର୍ଘଟଣାରେ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଅନେକ ଗୁରୁତର ଭାବରେ ଆହତ ହୋଇଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଆର୍‌.ଉଦୟଗିରିରୁ ଗଂଜାମ ଜିଲ୍ଲାର ଦିଗପହଣ୍ଡି ଅଭିମୁଖେ ଯାଉଥିବା ଏକ ମ୍ୟାକ୍ସ ପିକଅପ୍ ୨୦ ଜଣ ଶ୍ରମିକଙ୍କୁ ନେଇ ଯାଉଥିଲା । ଏହି ଶ୍ରମିକ ମାନେ ଗଂଜାମ ଜିଲ୍ଲାରୁ ଆସି ଗଜପତି ଜିଲ୍ଲାର ବିଭିନ୍ନ କୋଠାବାଡି ନିର୍ମାଣରେ ନିୟୋଜିତ ହୋଇ ପୁଣି ସନ୍ଧ୍ୟାରେ ନିଜ ଗ୍ରାମ ଅଭିମୁଖେ ଏପରି ଯାତାୟତ କରିଥାନ୍ତି । ହେଲେ ଆଜି ସନ୍ଧ୍ୟା ପାଖା ପାଖି ୮ଘଣ୍ଟା ସମୟରେ ନିଜ ନିଜ ଗ୍ରାମ ଅଭିମୁଖେ ମ୍ୟାକ୍ସପିକଅପ ଯୋଗେ ଯାଉଥିବା ବେଳେ ଚମ୍ପାଘାଟିର ବୁଲାଣିଆ ରାସ୍ତାରେ କୌଣସି କାରଣରୁ ଭାରସାମ୍ୟ ହରାଇ ପ୍ରାୟ ୨୦ଫୁଟରୁ ଉର୍ଦ୍ଧ ଗର୍ତ୍ତକୁ ଖସିପଡିଥିଲା । ଏଥିରେ ସବାର ଥିବା ୨୦ଜଣ ଶ୍ରମିକ ଆହାତ ହୋଇଥିବା ବେଳେ ଏଥି ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାର ସୂଚନା ମିଳିଛି । ଆହତ ମାନଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ପ୍ରଥମେ ଆର୍‌.ଉଦୟଗିରି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୪ଜଣ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥିତ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଆର୍‌.ଊଦୟଗିରି ପୋଲିସ ପହଞ୍ଚି ଦୁର୍ଘଟଣା ସମ୍ପର୍କେ ତଦନ୍ତ ଚଳାଇଥିବାର ଜଣାଯାଇଛି । ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ଲାଗି ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ପ୍ରମୁଖ ଆର୍‌.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିବାର ଜଣାପଡିଛି । ତେବେ ଦୁର୍ଘଟଣାର କାରଣ ସମ୍ପର୍କେ ଜଣାପଡି ନଥିବାବେଳେ ଗୁରୁତର ଆହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.