ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନିମନ୍ତେ ପ୍ରସ୍ତୁତି ବୈଠକ
ଗଜପତି ଜିଲ୍ଲା ସଦରମହକୁମା ଠାରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳକଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ 0ରାଜେନ୍ଦ୍ର ମିଞ୍ଜ ଓ ବୀରେନ୍ଦ୍ର କୁମାର ଦାସ (ରାଜସ୍ଵ) ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଭାସ କୁମାର ବେହୁରା, ଉପସ୍ଥିତ ରହିଥିଲେ। ସେହିପରି ଜିଲ୍ଲାର କାଶୀନଗର , ନୂଆଗଡ ଓ ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିବା ବେଳେ ଅନ୍ୟ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ପାରଳାଖେମୁଣ୍ଡି ପୌରପରିଷଦ,କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଭର୍ଚୁଆଲ ମୋଡ ମାଧ୍ୟମରେ ଯୋଗଦାନ କରିଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲା ବିପର୍ଯ୍ୟୟ ପ୍ରବନ୍ଧନ ପରାମର୍ଶଦାତା ପ୍ରଦୋଷ କୁମାର ଶତପଥୀ ବିପର୍ଯ୍ୟୟ ପରିଚାଳନା ବିଷୟରେ ଉପସ୍ଥାପନା କରିଥିଲେ । ଆସନ୍ତା ୧୮ ଓ ୧୯ ତାରିଖରେ ଦୁଇଦିନ ଧରି ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନାରେ ଅଭ୍ୟାସ ନିମନ୍ତେ ଟେବୁଲ ଟପ ଏକ୍ସରସାଇଜ ଓ ମକ ଡ୍ରିଲ୍ ପ୍ରସ୍ତୁତିର ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରାଜ୍ୟର ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା, ବାତ୍ୟା, ଭୂସ୍ଖଳନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣ ଧନ, ଜୀବନକୁ କିପରି ରକ୍ଷା କରି ପାରିବା ସେ ନେଇ ଆଲୋଚନା କରାଯାଇଥିଲା । ଗଜପତି ଜିଲ୍ଲାକୁ ବିପର୍ଯୟ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ କାର୍ଯ୍ୟଦକ୍ଷତା ଏବଂ କୁଶଳତାକୁ ସଠିକ ଭାବେ କାର୍ଯ୍ୟକ୍ରମ କରାଇବା , ବିଶେଷ କରି ଜିଲ୍ଲାର ସାଧାରଣତଃ ସ୍ବାସ୍ଥ୍ୟ, ପ୍ରାଣୀଚିକିତ୍ସା, ଆର ଡାବ୍ଲୁ ଏସଏସ , ବିଦ୍ୟୁତ, ବିଭାଗୀୟ ଉପରେ ଆଲୋଚନା କରାଯାଇଥିଲା । ଏହା ସହିତ ସବୁ ବିଭାଗର ଅଧିକାରୀ, ବିଡ଼ିଓ, ତହସିଲଦାର ଏବଂ ଅନ୍ୟ ପଦସ୍ଥ ଅଧିକାରୀ ମାନେ କିପରି ନିଜ ନିଜ ବିଭାଗ ଦ୍ଵାରା ଏହାକୁ ପରିଚାଳନା କରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏକ କାଳ୍ପନିକ ବାତ୍ୟା ସାଙ୍ଗକୁ ନେଇ ଏକ ମକ୍ ଡ୍ରିଲ କରିବା ସହିତ ଏହାର କିପରି ମୁକାବିଲା କରିବେ ସେ ଦିଗରେ ଏକ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ କରାଯିବ ବୋଲି ଆଲୋଚନା କରାଯାଇଛି । ସେହିପରି ଟେବୁଲ ଟପ ଏକ୍ସରସାଇଜ ଓ ମକ୍ ଡ୍ରିଲର ଜିଲ୍ଲାରେ ବର୍ଷା ଦିନେ ସମ୍ଭାବ୍ୟ ବାତ୍ୟା, ଘୂର୍ଣ୍ଣିବଳୟ, ବନ୍ୟା ଓ ଭୂସ୍ଖଳନ ପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।