ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତି

ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧକ୍ଷ ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧକ୍ଷତାରେ ନୀଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଛି | ହସ୍ତତନ୍ତ୍ ନିର୍ଦେଶାଳୟ ସହଯୋଗରେ ନୂତନ ଓ ବୈଜ୍ଞାନିକ ଶୈଳୀରେ ରେଶମ ପୋକ ମରି ନଥିବା ଵସ୍ତ୍ର ଏଣିକି ଶ୍ରୀମନ୍ଦିରରେ ବ୍ୟବହାର କରାଯିବ | ପରୀକ୍ଷା ମୂଳକ ଭାବେ ପ୍ରଥମେ ରେଶମ ପୋକକୁ ନମାରି 88ମିଟର ଲମ୍ବର ଗୀତ ଗୋବିନ୍ଦ ପାଟ ପ୍ରସ୍ତୁତ କରାଯାଇଛି | ଏହାକୁ ସାତ୍ଵିକ ରେଶମ ବୋଲି ନାମ ଦିଆଯିବ | ପୂର୍ବରୁ ଏହି ଲମ୍ବର ଗୀତଗୋବିନ୍ଦ ପାଟ ପ୍ରସ୍ତୁତ ନେଇ 4 ରୁ 7ଲକ୍ଷ ପୋକ ମାରିବାକୁ ପଡୁଥିଲା | ଏବେ ରେଶମ ପୋକ ନମାରି ରେଶମ ଵସ୍ତ୍ର ଶ୍ରୀମନ୍ଦିରରେ ବ୍ୟବହାର ହେବ | ବୈଠକରେ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନିତୀ ସବକମିଟି ଓ ଛତିଶା ନିଯୋଗ ଦ୍ୱାରା ପ୍ରସ୍ତୁତ ହୋଇଥିବା ନିତୀନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି | ସ୍ନାନଯାତ୍ରା ଦିନ ପହଣ୍ଡି ପରଠାରୁ ଭକ୍ତଙ୍କ ନିରବଛିନ ଦର୍ଶନ ଚାଲୁ ରହିବ | ସ୍ନାନବେଦୀରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି | ତେବେ ସ୍ନାନବେଦୀରେ ଭକ୍ତ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ। 2024 – 25 ବର୍ଷ ସୁଦ୍ଧା ସେବାୟତ ପିଲାଙ୍କ ପାଇଁ ଆବଶ୍ୟକୀୟ ଗୁରୁକୁଳ ନିର୍ମାଣ କରାଯିବ | ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଠିକ ସମୟରେ ସରିବ ବୋଲି କାର୍ଯ୍ୟକାରୀ ଅଧକ୍ଷ ସୂଚନା ଦେଇଛନ୍ତି | ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରସ୍ତୁତ ହୋଇଥିବା ଭିଡ଼ିଓକୁ ନେଇ ବାରମ୍ବାର ବୈଠକ ହୋଇ ସମୀକ୍ଷା କରାଯିବ | ତେବେ ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.