ପ୍ରଭୁଙ୍କ ବାମନ ଓ ପର୍ଶୁରାମ ଅବତାର ଲାଗି ପ୍ରବଳ ଭିଢ

ପାରଳାଖେମୁଣ୍ଡି : ରଥଯାତ୍ରା ଅବସରରେ ଆଜି ପ୍ରଭୁଙ୍କ  ବାମନ ଓ ପର୍ଶୁରାମ ଅବତାରରେ ଅତ୍ୟନ୍ତ ସୁନ୍ଦର ଭାବେ ସାଜସଜ୍ଜା କରାଯାଇ ଭକ୍ତଙ୍କ ଉଦେଶ୍ୟରେ ଦର୍ଶନର ବ୍ୟବସ୍ଥା କରାଯାଇଛି ।  ଆଜିର ଏହି ଅବତାରକୁ ଦର୍ଶନ ପାଇଁ ପାରଳା ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲକ୍ଷ୍ୟ କରାଯାଇଛି । ପାରଳା ଶ୍ରୀଜଗନ୍ନାଥଙ୍କ ସେବକ ସଞ୍ଜୟ ପାଢ଼ୀ, ବଳରାମ ପଣ୍ଡା, ପ୍ରହ୍ଲଲାଦ ସୁଆର କହିଛନ୍ତି ଆଜି ଶ୍ରୀବଳଭଦ୍ରଙ୍କୁ ପର୍ଶୁରାମ ଅବତାରରେ ଏବଂ ଶ୍ରୀଜଗନ୍ନାଥଙ୍କୁ  ବାମନ ଅବତାରରେ ସଜ୍ଜିତ କରାଯାଇ ଯଥା ଵିଧି ଓ ନିୟମ ଅନୁଯାଇ ପୂଜା ପାଠ ସମାପନ କରାଯାଇ ଭକ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି ।   ପାରଳାଖେମୁଣ୍ଡି ରଥଯାତ୍ରା ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ସମ୍ପର୍ଣ ରହିଥିବାରୁ ରଥଯାତ୍ରା ସହ ପ୍ରତେକ ଦିନ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କୁ ଦର୍ଶନ ପାଇଁ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶାରୁ ହଜାର ହଜାର ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ପ୍ରବଳ ଭିଡ ଲାଗି ରହିଥିବା ବେଲେ ଅପରାହ୍ନ ତିନି ଘଣ୍ଟା ସମୟରୁ ପାରଳା ସହରରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଯାତ୍ରାରେ ଗହଳି କମିଯାଇଥିବାର ଲକ୍ଷ୍ୟ କରାଯାଇଛି ।  ବର୍ଷା ଯୋଗୁଁ ଚହଳ ନଥିବାରୁ ବିଶେଷ କରି ବ୍ୟବସାୟୀ ମାନଙ୍କ ଚିନ୍ତାର ବଢିଯାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.