ପୁଣି ଜନନୀ ଯନ୍ତ୍ରଣା ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର : ନା ରାସ୍ତା ଅଛି ନା ପୋଲ।ଗାଁକୁ ଅମ୍ବୁଲାନ୍ସ ପହଞ୍ଚି ପାରୁନି ବୋଲି ଗର୍ଭବତୀ ମହିଳା ହେଉ କି ଗୁରୁତର ରୋଗୀ ଖଟିଆରେ ବୋହିବାକୁ ପଡିଥାଏ।ପୁଣି ଥରେ ଏଭଳି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗ୍ରାମ ପଞ୍ଚାୟତ ଅଧିନ ରାଣିପଦର ଗ୍ରାମର ଉପଗ୍ରାମ ଖମନପଡାରେ।ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ।ଏହି ଗାଁର ଭୋଳାନାଥ ଗଉଡଙ୍କ ସ୍ତ୍ରୀ ନନ୍ଦିନୀ ଗଉଡ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତୁରନ୍ତ ଅମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା।ହେଲେ ଗାଁକୁ କୌଣସି ଯାନବାହନ ଯିବାପାଇଁ ଗମନାଗମନର ରହିଛି ମୁଖ୍ୟ ସମସ୍ୟା।ବାଟ ଓଗାଳି ରହିଛି ଇନ୍ଦ୍ରାବତୀ ଏବଂ ବାଲିଯୋର୍ ନଦୀ।ଆଜି ପର୍ଯ୍ୟନ୍ତ ଏହି ନଦୀ ଉପରେ ପୋଲ ଟିଏ ନିର୍ମାଣ ହୋଇପାରିନି।ଫଳରେ ସବୁଦିନିଆ ରାସ୍ତା ନିର୍ମାଣରେ ମଧ୍ୟ ଅବହେଳା ଦେଖାଦେଇଛି।ଯେଉଁଥିପାଇଁ ବାଧ୍ୟ ହୋଇ ଖଟିଆରେ ବୋହିବାକୁ ପଡିଛି।ଗାଁ ଲୋକଙ୍କ ନିଜସ୍ୱ ଉଦ୍ୟମରେ ତିଆରି କାଠ ପୋଲ ଉପରେ ବୋହିକି ନେବାକୁ ପଡିଥିବା ଦୃଶ୍ୟ ନଜର୍ କୁ ଆସିଥିଲା।ଅନ୍ୟ ପଟରେ ଗାଁ ଠୁ ପ୍ରାୟ ଦେଢ଼ କିଲୋମିଟର ଦୂର ଥୁଆମୂଳ ରାମପୁର-କାଶୀପୁର ମୁଖ୍ୟ ରାସ୍ତାରେ ଅପେକ୍ଷା କରିଥିବା ଅମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡିଥିଲା। ସେଇ ଅମ୍ବୁଲାନ୍ସରେ ଆଣି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଏଭଳି ଏକ ଚିରାଚରିତ ସମସ୍ୟା ମଧ୍ୟରେ ଖମନପଡା ବାସୀଙ୍କ ଜୀବନ।ନେତା ଠାରୁ ଆରମ୍ଭ କରି ବଡବଡ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇଥିଲେ ସୁଦ୍ଧା କେହି ଶୁଣୁନଥିବା ଖମନପଡା ବାସୀଙ୍କ ଅଭିଯୋଗ ହୋଇଆସିଛି। ହେଲେ ଖମନପଡା ବାସୀଙ୍କୁ ଏହି ସମସ୍ୟା ଆଉ କେତେ ଦିନ ଭୋଗିବାକୁ ପଡିବ ଏବଂ ସରକାର କେବେ ଏହି ଅବହେଳିତ ଗାଁର ବିକାଶ ପାଇଁ ଗମନାଗମନର ସୁବ୍ୟବସ୍ଥା କରିବେ ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.