ପାଗଳ କୁକୁର କାମୁଡାରେ ୧୫ ଛେଳି ଛୁଆ ମୃତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଝାମୀ ଗ୍ରାମରେ ପାଗଳ କୁକୁର କାମୁଡ଼ାରେ ୧୫ଗୋଟି ଛେଳି ଛୁଆ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏହି ଅଭାବନୀୟ ଘଟଣା ଗତକାଲି ମଧ୍ୟରାତ୍ରରେ ଘଟିଥିବା ଜଣା ପଡିଛି । ଝମୀ ଗ୍ରାମର ଗୋଲା ସାହି ବାସିନ୍ଦା ପି. ଆପ୍ପନା ତାଙ୍କ ଛେଳି ଗୁହାଳରେ ୩୦ ଗୋଟି ଛେଳି ରଖି ପାଳନ କରି ଆସୁଥିଲେ । ଗତକାଲି ମଧ୍ୟରାତ୍ରରେ କୌଣସି ଏକ ପାଗଳା କୁକୁର ଛେଳି ଗୁହାଳ ମଧ୍ୟରେ ପ୍ରବେଶ କରି ଛେଳି ଛୁଆମାନଙ୍କୁ ଆକ୍ରମଣ କରି କାମୁଡ଼ିବା ଯୋଗୁଁ ୧୫ ଗୋଟି ଛେଳିର ମୃତ୍ୟୁ ଘଟିଥିଲା । ଗତକାଲି ମଧ୍ୟରାତ୍ରରେ ଛେଳି ଛୁଆମାନଙ୍କୁ କୁକୁର ଆକ୍ରମଣବେଳେ ଛେଳି ଛୁଆଙ୍କ ଚିତ୍କାରରେ ଛେଳି ପାଳକ ଆପ୍ପନାଙ୍କ ସମେତ ସାହି ପଡିଶା ଦୌଡ଼ି ଆସିବା ବେଳେ କୁକୁରଟି ଛେଳି ଛୁଆ ମାନଙ୍କୁ କ୍ଷତ ବିକ୍ଷତ କରି ଘଟଣା ସ୍ଥଳରୁ ଦୌଡ଼ି ଚାଲି ଯାଇଥିବାର ଦେଖିବାକୁ ପାଇଥିଲେ । ଛେଳି ପାଳନ କରିଥିବା ଆପ୍ପନା ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ସହରାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ କୁକୁରଙ୍କ ସଂଖ୍ୟା ବେଶ୍ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ରାତ୍ର ସମୟରେ ଏହି ବୁଲା କୁକୁର ମାନେ ଆକ୍ରମଣ କରିବା ପାଇଁ ଗୋଡାଉଛନ୍ତି । ଫଳରେ ଗାଡି ମୋଟରରେ ଯାଉଥିବା ଲୋକେ ଦୁର୍ଘଟଣାର ଶିକାର ହେଉଥିବାର ବହୁ ନଜିର ରହିଥିବା ବେଲେ କୁକୁର କାମୁଡାର ମଧ୍ୟ ଶିକାର ହେଉଛନ୍ତି । ତେଣୁ ପ୍ରଶାସନ କୁକୁର ବନ୍ଧ୍ୟାକରଣ ଯୋଜନା ତୁରନ୍ତ ଆରମ୍ଭ କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.