ମହିଳା କୁସ୍ତି ଖେଳାଳିଙ୍କୁ ଯୈାନ ନିର୍ଯ୍ୟାତନା ଦେଉଥିବା ଏବଂ ଦିଲ୍ଲୀ ପୋଲିସ ର ଦମନଲୀଳା ଏବଂ ବିଜେପି ସାଂସଦ ବ୍ରିଜ ଭୂଷଣ ସିଂ ଙ୍କୁ ଗିରଫ ଦାବିରେ ସଂଯୁକ୍ତ କିଷାନ ମୋର୍ଚା( SKM) ତରଫରୁ ଦେଶ ବ୍ୟାପୀ ପ୍ରତିବାଦ

ବିଜେପି ସାଂସଦ ବ୍ରିଜ ଭୂଷଣ ସିଂ ଙ୍କ ଗିରଫ ଦାବିରେ.ସଂଯୁକ୍ତ କିଷାନ ମୋର୍ଚା (SKM) ତରଫରୁ ସି ପି ଆଇ ଏମ ଏଲ ନେତା ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିବାଦ କରିବା ସହ ବ୍ରିଜ ଭୁଷଣ ସିଂ ଙ୍କ କୁସପୁତ୍ତଳିକା ଦାହ କରାଯାଇ ଥିଲା । ଦେଶର ମହିଳା କୁସ୍ତି ଯୋଦ୍ଧା ମାନେ ଦେଶ ବିଦେଶରେ ନିଜର କଳା କୈାଶଳ ପ୍ରଦର୍ଶନ କରି ଦେଶର ସୁନାମ ବୃଦ୍ଧି କରୁଥିଲେ ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ତା’ର ଶ୍ରେୟ ନେଉଥିଲେ, ଏବେ ତାହାର ଅସଲ ଚେହେରା ପଦାରେ ପଡିଯାଇଛି । ମହିଳା କୁସ୍ତି ଯୋଦ୍ଧା ମାନଙ୍କ ପ୍ରତି ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଯୈାନ ନିର୍ଯାତନା ଘଟଣାରେ ଶାସକ ବିଜେପିର ଲଜ୍ଜା ଜନକ ନୀରବତା ଓ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ନେତୃବୃନ୍ଦ ଅଭିଯୋଗ କରିଛନ୍ତି।। ଅପରପକ୍ଷରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବା ପାଇଁ ବିଜେପି ସରକାରଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଯେପରି ଅମାନବୀୟ ଓ ବର୍ବୋରୋଚିତ ଆଚରଣ କରିଚାଲିଛି, ତାହାକୁ କୃଷକ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଉଛି । ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ‘ବେଟି ପଢାଓ ଓ ବେଟି ବଢାଓ’ ସ୍ଲୋଗାନ ଦେଉଥିବା ନରେନ୍ଦ୍ର ମୋଦିଜୀ ଦେଶର ମା ଏବଂ ମହିଳା ଙ୍କୁ ଅସମ୍ମାନିତ କରିବା ଓ ସେମାନଙ୍କୁ ଯୈାନ ନିର୍ଯାତନା ଦେବା ଭଳି ଘଟଣା ସାରା ବିଶ୍ୱର ଅଭିଯୁକ୍ତ ଅପରାଧୀ ବିଜେପି ସାଂସଦଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ଗ୍ରହଣ ନ କରିବାରୁ ସେମାନଙ୍କୁ ସୁପ୍ରିମକୋର୍ଟ ଯିବାକୁ ପଡ଼ିଛି । କିନ୍ତୁ ସୁପ୍ରିମକୋର୍ଟ ର ନିର୍ଦ୍ଦେଶ ସତ୍ବେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ବ୍ରିଜଭୂଷଣ ସିଂ ଙ୍କୁ ଗିରଫ କରାଯାଇନି
ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଉପରେ ଦିଲ୍ଲୀ ପୋଲିସର ଲଜ୍ଜା ଜନକ ଆକ୍ରମଣ ଖୋଦ୍ ଦେଶର ଜନନୀ ମାନଙ୍କ ପ୍ରତି ଆକ୍ରମଣ କହିଲେ ଭୁଲ୍ ହେବନାହିଁ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.