ଅବସର ପ୍ରାପ୍ତ ଶାରରୀକ ଶିକ୍ଷା ନିରୀକ୍ଷକ ବୈଷ୍ଣବ ନାୟକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବଡଗୋଷାଣି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମର ଅବସର ପ୍ରାପ୍ତ ଶାରରୀକ ଶିକ୍ଷା ନିରୀକ୍ଷକ ବୈଷ୍ଣବ ନାୟକ(୮୩)ଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ବୈଷ୍ଣବ ନାୟକ ପ୍ରଥମେ କାଶୀନଗର ସ୍ଥିତ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କର୍ମମୟ ଜୀବନ ଆରମ୍ଭ କରିିଥିଲେ । ପରେ ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ କୀଡା ଶିକ୍ଷକ, ଆର୍‌.ଉଦୟଗିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁରାଣ୍ଡି ଠାରେ ଥିବା ଏସ୍‌କେସିଜି ହାଇସ୍କୁଲ ଠାରେ କ୍ରୀଡା ଶିକ୍ଷକ ଭାବେ ଅବସ୍ଥାପିତ ହୋଇ ବହୁ ପ୍ରତିଭାବାନ କ୍ରୀଡବିତ୍ତଙ୍କୁ ସୃଷ୍ଟି କରିପାରି ଖ୍ୟାତି ଲାଭ କରିଥିଲେ । ଅବରସର ବେଳକୁ କଳାହାଣ୍ଡି ଜିଲ୍ଲାର ଶାରରୀକ ଶିକ୍ଷା ନିରିକ୍ଷକ ଭାବେ ଅବସର ଗ୍ରହମ କରିଥିଲେ । ସ୍ୱର୍ଗତ ନାୟକଙ୍କ କର୍ମମୟ ଜୀବନ ନୈପୁଣ୍ୟତା ଥିଲା । ବିଭିନ୍ନ କ୍ରୀଡାରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଜାତୀୟ ଏବଂ ରାଜ୍ୟସ୍ତରୀୟ କ୍ରୀଡାରେ ଉଚ୍ଚ ପ୍ରଶଂସିତ ହେଉଥିଲେ ବୋଲି ଆଲୋଚନା ହେଉଛି । ସେହିପରି ସ୍ୱର୍ଗତ ନାୟକ ସ୍କାଉଟ୍ ଶିକ୍ଷକ ରୂପେ ଦାୟିତ୍ୱ ତୁଲାଇ ବହୁ ଛାତ୍ରଛାତ୍ରୀଙ୍କୁ ଗଭର୍ଣ୍ଣର ଏବଂ ପ୍ରେସିଡେଣ୍ଟ ସ୍କାଉଟରେ ସୁଯୋଗ ପାଇଛନ୍ତି । ଏପରି ଜଣେ ଖ୍ୟାତିନାମା ଶାରରୀକ ଶିକ୍ଷା ନିରୀକ୍ଷକ ଭାବେ ପ୍ରଶଂସିତ ଥିବା ବେଳେ ନାଟ୍ୟ ନିର୍ଦ୍ଦେଶନା, ସଙ୍ଗୀତ ନିର୍ଦ୍ଦେଶନା, ପୌରାଣିକ ଓ ସାମାଜିକ ନାଟକ ଆଦିରେ ମଧ୍ୟ ବେସ ପ୍ରସିଦ୍ଧିଲାଭ କରିବା ସହ ସମସ୍ତ ପ୍ରକାରର ଅଭିନୟ କରି ଗୋଷାଣି ତଥା ଜିଲ୍ଲାର ଜଣେ ସୁନାମଧନ୍ୟ ନାଟ୍ୟକାର ରୂପେ ପରିଚିତ ଥିଲେ । ତାଙ୍କରି ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କର ଧର୍ମପତ୍ନୀ, ପୁ୍‌ଅ, ବୋହୁ, ଝିଅ,ଜ୍ୱାଇଁ, ନାତି ଓ ନାତୁଣି ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.