ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ, ଆସନ୍ତା ଅଗଷ୍ଟ ୮, ରେ ସମସ୍ତ ବ୍ଲକ୍ ଅଫିସ ଘେରାଉ କରିବା ନିମନ୍ତେ ପ୍ରସ୍ତୁତି ବୈଠକ।

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଏକ ବୈଠକ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମହୋନା ବିଧାୟକ ଶ୍ରୀ ଦାସରଥି ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରେ ଆସନ୍ତା ଅଗଷ୍ଟ ମାସ ୮ତାରିଖ ମଙ୍ଗଳବାର ଦିନ ଓଡ଼ିଶା ର ସମସ୍ତ ବ୍ଲକ୍ ଅଫିସ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଜିବ। ଏହି ବିକ୍ଷୋଭ ପ୍ରଦର୍ଶନ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତ ରେ ମୋଦି ସରକାର ଅମଳରେ ହୋଇ ଥିବା ମଣିପୁର ଆସନ୍ତା ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ରାଜ୍ୟରେ ନବୀନ ସରକାରଙ୍କ ଅମଳରେ ଜିଲା ଦଳୀୟ ମନୋବୃତ୍ତି ରଖି ସମସ୍ତ ବିଭାଗର ହୋଇଥିବା ଅନିୟମିତତା ଅଭିଯୋଗ ଗୁଡିକ ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଜିବ ବୋଲି ଆଲୋଚନା କରିଥିଲେ। ଏହି ଅବସରରେ ଆସନ୍ତା ଅଗଷ୍ଟ ମାସ ୮ଦିନ ଗଜପତି ଜିଲ୍ଲା ରେ ଥିବା ସମସ୍ତ ବ୍ଲକ୍ ତଥା ମୋହନା,ଆର ଉଦୟଗିରି,ନୁଆଗଡ, ରାୟଗଡ଼, ଗୋଷାଣୀ, ଗୁମ୍ମା, କାଶୀନଗର, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଜିବ ବୋଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୈଠକ ରେ ନିଷ୍ପତି ନେଇଛନ୍ତି। ଏହି ବୈଠକରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳର କାଶୀନଗର ବ୍ଲକ ରେ ରାମପ୍ରଶାଦ ପଟ୍ଟନାୟକ, ଗୁମ୍ମା ବ୍ଲକର ଲଳିତ ମୋହନ ଦଣ୍ଡସେନା, ଗୋଷାଣୀ ବ୍ଲକ୍ ରେ ସଂଜୟ ଅଧିକାରୀ ଙ୍କୁ ଦାଇତ୍ୱ ଦିଆଯାଇଥିଲା। ଏବଂ ମୋହନା ନିର୍ବାଚନ ମଣ୍ଡଳୀ ର ଚାରିଗୋଟି ବ୍ଲକ ନିଜେ ଦାଇତ୍ୱ ରେ ପରିଚାଳନା କରିବେ। ଏହି କାର୍ଯ୍ୟକ୍ରମରେ ଲଳିତ ମୋହନ ଦଣ୍ଡସେନା,ମଣ୍ଟୁ ପାଣି, ଅଭିମନ୍ୟୁ ପଣ୍ଡା, ବସନ୍ତ କୁମାର ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ,ରାଜାପାତ୍ର, ତ୍ରିନାଥ ପାତ୍ର,ସାନ୍ତୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।