ଶ୍ରୀ ଜୀଉଙ୍କ ବରାହ ଓ ନୃସିଂହ ଅବତାର, ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ।

ପାରଳାଖେମୁଣ୍ଡି  :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ଚାଲିଥିବା ରଥଯାତ୍ରା ଆଜି ଚତୁର୍ଥ ଦିବସରେ ପ୍ରଭୁ ବଳଭଦ୍ରଙ୍କ ନୃସିଂହ ଓ ଶ୍ରୀ ଜଗନ୍ନାଥଙ୍କ ବରାହ ଅବତାର ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା । ଅତ୍ୟନ୍ତ ଆକର୍ଷିତ ଭାବେ ଏହି ଦୁଇ ଅବତାରକୁ ବିଭିନ୍ନ ମୁଲ୍ୟବାନ ଅଳଙ୍କାର ଓ ବସ୍ତ୍ର ପାଟ ଆଦିରେ ବିଭୂଷିତ କରାଯାଇ ସର୍ବ ସାଧାରଣଙ୍କ ଦର୍ଶନପାଇଁ ଆୟୋଜନ କରାଯାଇଥିଲା । ପ୍ରଭୁଙ୍କ ବରାହ ନୃସିଂହ ଅବତାର ଦେଖିବାପାଇଁ ଆଜି ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିଲା । ଝିପି ଝିପି ବର୍ଷା ବା ମେଘୁଆ ପାଗ ସତ୍ତ୍ବେ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ବରାହ ଓ ନୃସିଂହ ଅବତାର ଦେଖିବା ପାଇଁ ସମବେତ ହୋଇଥିଲେ । ପାରଳା ଶ୍ରୀଜଗନ୍ନାଥଙ୍କ ସେବକ ସଞ୍ଜୟ ପାଢ଼ୀ, ବଳରାମ ପଣ୍ଡା, ପ୍ରହ୍ଲଲାଦ ସୁଆର କହିଛନ୍ତି ଆଜି ଶ୍ରୀବଳଭଦ୍ରଙ୍କୁ ବରାହ ଅବତାରରେ ଏବଂ ଶ୍ରୀଜଗନ୍ନାଥଙ୍କୁ  ନୃସିଂହ ଅବତାରରେ ସଜ୍ଜିତ କରାଯାଇ ଯଥା ଵିଧି ଓ ନିୟମ ଅନୁଯାଇ ପୂଜା ପାଠ ସମାପନ କରାଯାଇ ଭକ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ରଥଯାତ୍ରାରେ ବରାହ  ଓ ନୃସିଂହ ଅବତାର ଭଗବାନଙ୍କ ୨ୟ ଅବତାର ଅଟେ । ଭିଡକୁ ନିୟନ୍ତ୍ରଣ ତଥା ସାଧାରଣଙ୍କ ସୁରକ୍ଷା ପାଇଁ  ଗଜପତି ପ୍ରଶାସନ ଓ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.