ଦକ୍ଷିଣାଞ୍ଚ ଓଡିଶାର ପ୍ରସିଦ୍ଧ ପାରଳା ରଥ ଯାତ୍ରା ପ୍ରବଳ ଜନସମାଗମରେ ପାଳିତ : ଶ୍ରୀ ଗୁଣ୍ଡିଚା ଯାତ୍ରା କଲେ ଶ୍ରୀ ଜିଉ

 

ପାରଳାଖେମୁଣ୍ଡି : ଦକ୍ଷିଣ ଓଡିଶାର ଉପାନ୍ତ ଶ୍ରୀକ୍ଷେତ୍ର  କୁହାଯାଉଥିବା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ତିନି ଠାକୁରଙ୍କ ତିନି ରଥ ଯଥା ତାଳଧ୍ଵଜ , ଦର୍ପଦଳନ, ଓ ନନ୍ଦିଘୋଷ ରଥ ପ୍ରତିଷ୍ଠା ଓ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହେବା ପରେ ଶ୍ରୀ ମନ୍ଦିରରେ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତରା ଅବସରରେ ସେନାପଟା ଓ ପାରମ୍ପରିକ ପୂଜାର୍ଚ୍ଚନା ନୀତି ଅନୁଷ୍ଠିତ ହୋଇଥିଲା । ତା ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହେବା ପରେ ତିନି ଠାକୁରଙ୍କୁ ରଥ ଉପରକୁ ପହଣ୍ଡି ବିଜେ ହୋଇଥିଲା । ଏହି ଅବସରରେ ତିନି ଠାକୁରଙ୍କ ରଥ ଉପରେ ଛେରା-ପଅଂରା କାର୍ଯ୍ୟକ୍ରମ ପାଇଁ ରାଜ ପ୍ରାସାଦରୁ କଲ୍ୟାଣୀ ଗଜପତି ନାରାୟଣ ଦେବ ପାଲିଙ୍କି ଗାଡିରେ ଆସି ତିନି ରଥରେ କଲ୍ୟାଣୀ ଗଜପତି ନାରାୟଣ ଦେଓ ଛେରା ପାଅଂରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଅପରାହ୍ନ ପ୍ରାୟ ୫ ଟାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ଦେଖିବା ପାଇଁ ପାରଳା ସହର ସମେତ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ମା ଶୁଭଦ୍ରାଙ୍କ ରଥକୁ ମହିଳା ମାନେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଟାଣିଥିଲେ ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ସାମିଲ ଥିଲେ । ସେହିଭଳି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ଭଜନ, ସଂକୀର୍ତ୍ତନ ସହ ପ୍ରଭୁ ଜଗନ୍ନାଥଙ୍କ ଧ୍ଵନୀରେ ପ୍ରକମ୍ପିତ ହେଉଥିଲା ସମଗ୍ର ବଡଦାଣ୍ଡ । ଆଜି ଗ୍ରୀଷ୍ମର ଉତ୍ତାପ କମ ରହିଥିଲେ ହେଁ ଗୁଳୁଗୁଳି ଜାରି ରହିଥିଲେ ମଧ୍ୟ ପ୍ରବଳ ଭକ୍ତ ବା ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଭକ୍ତ ବା ଶ୍ରଦ୍ଧାଳୁଙ୍କ ଗୁଳୁ ଗୁଳିରୁ ରକ୍ଷା କରିବାପାଇଁ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସିଞ୍ଚନ କରାଯାଇଥିବାର ଦେଖିବାକୁ ମିଳିଥିଲା ।  ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳ  ଲିଙ୍ଗରାଜ ପଣ୍ଡା ଏବଂ ଏସପି ସ୍ଵାତୀ ଏସ୍. କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବହୁ ସଂଖ୍ୟାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, ଯାତ୍ରା କମିଟିର ସଦସ୍ୟଗଣ, ସ୍ବେଚ୍ଛାସେବୀ ଓ ପୋଲିସ ଅଧିକାରୀ ଓ ବ୍ୟାପକ ପୋଲିସ ବାହିନୀ ମୃତୟନ ଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.