ପୁରୀ ଶ୍ରୀମନ୍ଦିରରେ ସାମ୍ବାଦିକଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଦୋଷିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ।

ପାରଳାଖେମୁଣ୍ଡି : ପୁରୀ ଶ୍ରୀ ମନ୍ଦିର ଠାରେ ଖବର ସଂଗ୍ରହ ସମୟରେ ୨ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଶ୍ରୀମନ୍ଦିରର ସେବାୟତଙ୍କ ଦ୍ୱାରା ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ନିନ୍ଦା କରିବା ଏବଂ ଉଭୟ ସେବାୟତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନେ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି । ରଥଯାତ୍ରା ସମୟରେ ଖବର ସଂଗ୍ରହ ସମୟରେ ପୁରୀ ମନ୍ଦିର ସେବାୟତଙ୍କ କିଛି ମନମୁଖୀ କାରବାର ସମ୍ପର୍କେ ଖବର ସଂଗ୍ରହ କରିବାକୁ ଯାଇଥିଲେ । ସେବାୟତ ମାନଙ୍କର କଳାକାରନାମା ପଦାରେ ପଡିଯିବା ଭୟରେ ସେବାୟତ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ନାମକ ଦୁଇଜଣ ସେବାୟତ ହଠାତ ଉତକ୍ଷିପ୍ତ ହୋଇ ଖବର ସଂଗ୍ରହ କରୁଥିବ।। ୨ ସାମ୍ବାଦିକଙ୍କୁ ଅଶ୍ଲୀଳ ବାଷାରେ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି । ଯାହାକୁ ନେଇ ଗଜପତି ସାମ୍ବାଦିକ ସଂଘ ଗଭୀର ମର୍ମହତ । ତେବେ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସାମ୍ବାଦିକଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର ପ୍ରଥମ ଘଟଣା ନୁହେଁ । ଏଥିପୂର୍ବରୁ ଅନେକ ବାର ସାମ୍ବାଦିକଙ୍କୁ ଏଭଳି ଆକ୍ରଣ କରୁଛନ୍ତି । ତେଣୁ ସେବାୟତ ମାନଙ୍କ ଏଭଳି ଆଚରଣ ଆଦୈ ଠିକ୍ ନୁହଁ । ଏହାକୁ ଦୃଢ ନିନ୍ଦା କରାଯାଉଛି ଏବଂ ଉଭୟ ସେବାୟତଙ୍କ ବିରୁଦ୍ଧରେ ତୁରନ୍ତ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି । ଏହା ସହ ଓଡିଶାରେ ଏବେ କାର୍ଯ୍ୟରତ ସମ୍ବାଦିକ ମାନେ ନିଜକୁ ଅସୁରକ୍ଷିତ ମନେ କଲେଣି । ସାମ୍ବାଦିକଙ୍କ ସୁରକ୍ଷା ଲାଗି ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ଦାବି ହୋଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଜିଲ୍ଲସ୍ତରୀୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.