ଗଜପତି ଜିଲ୍ଲା ପାଇଁ ୩୭୯.୧୮ କୋଟି ଟଙ୍କାର ଯୋଜନାକୁ ଅନୁମୋଦନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପାରଳାଖେମୁଣ୍ଡି : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳିର ୪ର୍ଥ ବର୍ଷ ଶାସନ ପୂର୍ତ୍ତି କରି ୨୪ବର୍ଷରେ ପାଦ ଅବସରରେ ଗଜପତି ଜିଲ୍ଲାକୁ ଏକ ବୃହତ୍ତ ଭେଟି ଦେଇଥିବାର ଦେଇଥିବାର ଜଣାପଡିଛି । ଗଜପତି ଜିଲ୍ଲା ପାଇଁ ୩୭୯ କୋଟି ୧୮ଲକ୍ଷ ଟଙ୍କାର ଯୋଜନାକୁ ଅନୁମୋଦନ କରିଥିବାର ଜଣାପଡିଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିବଦ୍ଧ । ଗଜପତି ଜିଲ୍ଲାରେ ୨ଗୋଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ୩୭୯ କୋଟି ୧୮ ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ କରାଯିବା ପାଇଂ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାରେ ୨ଗୋଟି ବ୍ଲକର ୩୭ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୪୬ ଗୋଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୧, ୩୧,୭୩୩ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମମଧ୍ୟରୁ ଗୁମ୍ମା ବ୍ଲକ ଅଧୀନରେ ଥିବା ୧୬ଗୋଟି ଗ୍ରାମପଞ୍ଚୟାତ ଅନ୍ତର୍ଗତ ୧୫୬ ଗୋଟି ଗ୍ରାମର ପ୍ରାୟ ୫୮,୯୭୭ ଜଣ ଓ ରାୟଗଡ ବ୍ଲକ ଅଧୀନରେ ଥିବା ୨୧ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୯୦ଗୋଟି ଗ୍ରାମର ପ୍ରାୟ ୭୨,୭୫୬ ଜଣ ଲୋକେ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ । ସମସ୍ତ ପ୍ରକଳ୍ପ ଗୁଡିକୁ ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ଏନେଇ ଆଜି ସନ୍ଧ୍ୟା ସମୟରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବରିଷ୍ଠ ବିଜେଡି ନେତା ତିରୁପତି ପାଣିଗ୍ରାହୀ, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ପରିଚ୍ଛା, ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, କାଶୀନଗର ବ୍ଲକ ଅଧ୍ୟକ୍ଷା ବି.ସାୟାମ୍ମା , ଗୋଷାଣୀ ବ୍ଳକ ଅଧ୍ୟକ୍ଷ ବିର ରାଜୁ , ବରିଷ୍ଠ ବିଜେଡି ନେତା ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗଜପତି ଜିଲ୍ଲାବାସୀଙ୍କ ସମେତ ବିଶେଷ କରି ରାୟଗଡ ଓ ଗୁମ୍ମା ବ୍ଲକ ଅଧିବାସୀ, ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.