ଆୟୋବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଉପରେ ଭିଜିଲାନ୍ସ ରେଡ଼

ନବରଙ୍ଗପୁର : ଆୟୋବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଉପରେ ଭିଜିଲାନ୍ସ ରେଡ଼। ପ୍ରଶାନ୍ତ କୁମାର ରାଉତ ଙ୍କ ନବରଙ୍ଗପୁର ସ୍ଥିତ ସରକାରୀବାସଭବନ,କାର୍ଯ୍ୟାଳୟ,ଭୁବନେଶ୍ୱର କାନନବିହାର ସ୍ଥିତ ଏକ ଘର,ଭଦ୍ରକ ସ୍ଥିତ ବାସଭବନ ସମେତ ୯ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ୯ ଟି ଟିମ କରି ଚଢ଼ାଉ ଜାରି ରଖିଛି। ସୂଚନା ଅନୁସାରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଟ୍ରାକ ରେକର୍ଡ କିଛି ଭଲ ନାହିଁ, ସେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ବିଡ଼ିଓ ଥିବା ସମୟରେ ୧୧ ଲକ୍ଷଟଙ୍କାର ଏକ କାର୍ଯ୍ୟର ପ୍ରଶାସନିକ ଅନୁମତି ଦେବାପାଇଁ ଝିରିପାଣି ପ୍ରଜେକ୍ଟ ଅଫିସରଙ୍କ ଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ,୨୦୧୨ ମସିହାରେ ଦାନଗଦି ବ୍ଲକରେ ବିଡ଼ିଓ ଥିବା ସମୟରେ ୫୮୪ କୁଇଣ୍ଟାଲ ପିଡ଼ିଏସ ଚାଉଳ ହଡପ କରିଥିବା ନେଇ ଭିଜିଲାନ୍ସ ଚାର୍ଜସିଟ ମଧ୍ୟ ଫାଇଲ କରିଛି।ଆଜି ଜୟପୁର ଭିଜିଲାନ୍ସ ଟିମ ନବରଙ୍ଗପୁର ସହରର ୩ ଟି ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ,ଏ ସମ୍ପର୍କରେ ଏବେ କିଛି କହିବାପାଇଁ ମନା କରିଦେଇଛି ଭିଜିଲାନ୍ସ ଟିମ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.