ମା ତାରାତାରିଣୀ ମନ୍ଦିର ପୀଠ ସମ୍ମୁଖ ଋଷିକୂଲ୍ୟା ନଦୀର ଉନ୍ନତି କରଣ ।


ଛତ୍ରପୁର : ଓଡିଶା ସରକାରଙ୍କ ୱାର୍କସ ବିଭାଗ ଦ୍ଵାରା ଚଳିତ ଆର୍ଥିକ ୨୦୨୩-୨୪ ବର୍ଷରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ମା ତାରାତାରିଣୀ ମନ୍ଦିର ପୀଠ ସମ୍ମୁଖ ଋଷିକୂଲ୍ୟା ନଦୀ ପଠାର ଉନ୍ନତିକରଣ ସକାଶେ ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଅନୁରୋଧ ପତ୍ର ପ୍ରକାରେ ରାଜ୍ୟ ସରକାର ଏହି ପ୍ରକଳ୍ପର କାର୍ଯ୍ୟ ନିମନ୍ତେ ୧୫କୋଟି ୬୨ଲକ୍ଷ୍ୟ ୯ହଜାର ଅର୍ଥରାଶି ଯୋଗାଇ ଦେଇଛନ୍ତି ।ଏହି ଅନୁଦାନ ପାଣ୍ଠି ଐତିହ୍ୟ ଓ ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳର ବିକାଶ ସକାଶେ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ସମ୍ପୁର୍ଣ୍ଣ ହେବାପରେ ମା ତାରାତାରିଣୀ ପୀଠର ସର୍ବାଙ୍ଗୀନ ଉନ୍ନତି ହେବା ସମେତ ପର୍ଯ୍ୟଟକଙ୍କ ଯାନବାହନ ରଖିବା ବ୍ୟବସ୍ଥା, ବଗିଚାରେ ଭ୍ରମଣ କରି ମନୋରଞ୍ଜନର ମାଧ୍ୟମ ସୃଷ୍ଟି ହେବ । ସ୍ଥାନୀୟ ସ୍ଥାପତ୍ୟର ସୁରକ୍ଷା ବ୍ୟବସ୍ଥା ହେବା ସହିତ ପାରିପାର୍ଶ୍ବିକ ସ୍ଥିତର ବିକାଶ ହୋଇ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ବୃଦ୍ଧି ପାଇବ । ଅନୁଦାନ ପାଣ୍ଠି ଏହି ଅଞ୍ଚଳର ଐତିହ୍ୟ ଓ ସ୍ମାରକୀ ଏବଂ ପର୍ଯ୍ୟଟନ ବିକାଶ , ଜନସାଧାରଣଙ୍କ ସୁବିଧା, ପକ୍କାରାସ୍ତା , ମୂର୍ତ୍ତି ଉଦ୍ୟାନ, ଜମି କ୍ୟାପିଙ୍ଗ ଓ ବୃକ୍ଷ ରୋପଣ, ବିଦ୍ୟୁତକରଣ ଏବଂ ବାହ୍ୟ ଅଲୋକୀକରଣ, ମାର୍ଗଦର୍ଶିକ ଚିହ୍ନ, ଏବଂ ଡଷ୍ଟବିନ ପ୍ରଭୁତି ନିର୍ମାଣ ହେବ । ଏହି ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ପରିଡ଼ା ନିର୍ଦେଶ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.