ଗୋଷାଣି ବ୍ଲକର ଗ୍ରାମାଞ୍ଚଳରେ “ମୋ ଘର” ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ କର୍ମଶାଳା

ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ “ମୋ ଘର” ଯୋଜନା କିପରି ଗ୍ରାମାଞ୍ଚଳ ଗୁଡିକରେ ସଫଳତାର ସହ କାର୍ଯ୍ୟକାରୀ ହେବ ସେନେଇ ବ୍ଲକ କାର୍ଯ୍ୟାଳୟ ପରିସର ଠାରେ ଥିବା ସମ୍ମିଳନୀ କକ୍ଷଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମିଳିତ ଆନୁକୁଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିଲା । କର୍ମଶାଳା ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣହରାଇଥିବା ରେଳଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆଜିର ଏହି କର୍ମଶାଳାରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏହି ଯୋଜନା ରେ ଉପକୃତ ହେବେ ବୋଲି କୁହାଯାଇଛି । ଏହି ଯୋଜନାରେ ଚାରି ପ୍ରକାର ଋଣ ମାଧ୍ୟମରେ ନୂତନ ଗୃହ ନିର୍ମାଣ, ସମ୍ପ୍ରସାରଣ, ସମ୍ପୂର୍ଣ୍ଣ କରଣ ଓ ଉନ୍ନତି କରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସବସିଡି ମାଧ୍ୟମରେ ଋଣ ପ୍ରଦାନ କରାଯିବ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ନିମନ୍ତେ ଅତିରିକ୍ତ ସବସିଡି ସହିତ ରେଜିଷ୍ଟ୍ରେସନ ଖର୍ଚ୍ଚ, ଷ୍ଟାମ୍ପ ଡ୍ୟୁଟି, ଆଇନ ପରାମର୍ଶ ଫି ଇତ୍ୟାଦି ଛାଡ କରାଯିବ ବୋଲି ଜଣାପଡିଛି । ସେହିପରି ସୁବିଧା ପାଇବା କୁ ଥିବା ହିତାଧିକାରୀ ତଥା ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର କଚ୍ଚା ଘର ବା ଗୋଟିଏ ବଖରା ଛାତ ଘରେ ରହୁଥିବା ପରିବାର, ଗୃହ ନିର୍ମାଣ ଯୋଜନରେ ସହାୟତା ପାଇନଥିବା ତଥା ୭୦ ହଜାର ଟଙ୍କାରୁ କମ୍ ସହାୟତା ପାଇଥିବା ପରିବାର, ମାସକୁ ୨୫ ହଜାରରୁ କମ୍ ଆୟ କରୁଥିବା ପରିବାର, ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରି ଚକିଆ ଗାଡି ରଖି ନଥିବା ପରିବାର, କୌଣସି ସରକାରୀ, ସରକାରୀ ଉଦ୍ୟୋଗରେ ନିୟମିତ କିମ୍ବା ପେନସନ ଭୋଗୀ କର୍ମଚାରୀ ହୋଇ ନଥିବା ପରିବାର ଓ ପାଞ୍ଚ ଏକର ଜଳସେଚିତ କିମ୍ବା ପନ୍ଦର ଏକର ଅଣ ଜଳସେଚିତ ଜମିରୁ କମ୍ ଜମି ଥିବା ପରିବାର ଏହି ଯୋଜନାରେ ଲାଭବାନ ପାଇପାରିବେ । ଏହି ଯୋଜନାରେ ଋଣ ପାଇବା ପାଇଁ ଇଛୁକ ଥିବା ବ୍ୟକ୍ତି ନିକଟସ୍ଥ ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ତଥା ନିଜ ମୋବାଇଲରେ ମଧ୍ୟ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନକାରୀ ନିଜର ନାମରେ ରେକର୍ଡ ଜମିପଟ୍ଟା, ଘରବାଡ଼ି ଥିବା ଆବଶ୍ୟକ ଓ ହିତାଧିକାରୀ କୌଣସି ବ୍ୟାଙ୍କର ଋଣ ଖିଲାପ ତାଲିକାରେ ନଥିବ, ସେହିପରି ବ୍ୟାଙ୍କ ଦ୍ୱାରା ଋଣ ରାଶିର ମଞ୍ଜୁର, ବନ୍ଧକ ପଞ୍ଜୀକରଣ ତଥା ହିତାଧିକାରୀଙ୍କ ନିର୍ଦ୍ଧାରିତ ନିଜସ୍ଵ ଅର୍ଥ ବିନିଯୋଗ ପରେ ଋଣ ପ୍ରଦାନ କରାଯାଏ ବୋଲି କୁହାଯାଇଥିଲା । ଏହି ଯୋଜନାରେ ଯେଉଁ ମାନଙ୍କର ଘର ନାହିଁ ସେହି ହିତାଧିକାରୀ ବହୁତ ଉପକୃତ ହେବେ । ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ଗରିବ ମଧ୍ୟବିତ୍ତ ଶ୍ରେଣୀର ପରିବାର ମାନଙ୍କୁ ଚିହ୍ନଟ କରି ପଟ୍ଟା ପ୍ରଦାନ କରିବା ସହିତ “ମୋ ଘର” ଯୋଜନାରେ ସାମିଲ କରିବା ସହିତ ଯେମିତି ସମସ୍ତ ହିତାଧିକାରୀ ଉପକୃତ ହେବେ ସେଥି ପ୍ରତି ସାହାଯ୍ୟ କରିବା ପାଇଁ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ ସଭାପତିତ୍ଵ କରି ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଯୋଜନାକୁ ସଫଳ କରିବା ପାଇଁ ବ୍ଲକ ସ୍ତରୀୟରେ କମିଟି ଗଠନ କରିବା ସହିତ ବ୍ଲକ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ଓ ଗ୍ରାମ ସ୍ତରରେ ପ୍ରଚାର ପ୍ରସାର କରି ଜନସାଧରଣଙ୍କୁ ଅବଗତ କରାଇବାକୁ କୁହାଯାଇଛି । ସମସ୍ତ ହିତାଧିକାରୀ କିପରି ଏହି ଯୋଜନାରେ ଉପକୃତ ହେବେ ସେଥି ସକାଶେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିହାର ନାଇକ ସମସ୍ତଙ୍କୁ ଅବଗତ କରାଇଛନ୍ତି । ଏହି କାର୍ଯ୍ୟ କ୍ରମରେ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ, ସମସ୍ତ ଯନ୍ତ୍ରୀଗଣ, ସମସ୍ତ ସରପଞ୍ଚ, ସମିତି, ପିଇଓ, ଜିଆରଏସ, ଏମବିକେ, ୱାର୍ଡମେମ୍ବର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଗୋଷାଣି ବ୍ଲକ ବିପିସି ଗୌରୀ କୁମାର ଦାଶ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.