ସୁସାହିତିକା ସ୍ଵର୍ଗତ ଡ଼. ସବିତା ପଟନାୟକଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
ସୁସାହିତିକା ସ୍ଵର୍ଗତ ଡ଼. ସବିତା ପଟନାୟକ, ଙ୍କ ଦ୍ବିତୀୟ ତମ ଶ୍ରଦ୍ଧାଞ୍ଜଳୀ ଅବସରରେ ଆଜି ହାଇଦ୍ରାବାଦ ସ୍ଥିତ ଝିଅମାନଙ୍କ ନିମନ୍ତେ ଗଠିତ ହେଇଥିବା ଏକ ସ୍ୱତନ୍ତ୍ର “ଅମନ ବେଦିକା ଅରଫାନେଜ” ରେ ଅନୁଷ୍ଠିତ ହେଇଯାଇଛି | ଏଇ ଅବସରରେ ତାଙ୍କ ଜ୍ୱାଇଁ ସୁବ୍ରତ, ଝିଆରୀ ଡ଼. ରୀନା ଦାସ, ବଡ ଭଉଣି ସୁଷମା ଏବଂ ନାତି ଅରମାନ ସମେତ “କେଓଲିସ ହାଇଦ୍ରାବାଦ ମେଟ୍ରୋ ରେଲ” ତରଫରୁ ବହୁ ପ୍ରତିଭାବାନ ବ୍ୟକ୍ତିତ୍ବ ଉପସ୍ଥିତ ହୋଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସ୍ଵର୍ଗତ ଡ଼. ସବିତା ପଟନାୟକ, ମହାମାୟୀ ମହିଳା ମହାବିଦ୍ୟାଳୟ ର ଏକ ବହୁଚର୍ଚିତା ଏବଂ ପ୍ରତିଭା ଶାଳୀ ଅବସର ପ୍ରାପ୍ତ ଓଡ଼ିଆ ପ୍ରଫେସର ଥିଲେ I ତାଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଶ୍ରଦ୍ଧା ଏବଂ ଅବଦାନ ଅବିସ୍ମରଣୀୟ I ସେ ଏକଧାର ରେ ଜଣେ ଦକ୍ଷ ସମାଜସେବୀ, ଲେଖିକା, ଓମେନ ଏମପାୱାର୍ ମେଣ୍ଟ ପାଇଁ ଅନବରତ ଚେଷ୍ଟା ,ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତି କରି ଖୁଆଇବା ର ନିପୁଣ ଦକ୍ଷତା ରେ ବହୁ ପରିଚିତ ଥିଲେ । ଏଭଳି ଜଣେ ବହୁମୁଖୀ ପ୍ରତିଭାଧାରୀ ମହିଳାଙ୍କୁ ହରାଇ ଥିବାକୁ ନେଇ ଗଭୀର ଦୁଃଖ ପ୍ରକାଶ ପାଇଥିଲା । ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରାଯାଇଥିଲା ।