ବାଇକ୍ ରୁ ଜବତ ହେଲା ଗଞ୍ଜେଇ

ପାରଳାଖେମୁଣ୍ଡି, ୧୩।୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଟିଡ଼ିସିସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ବାଇକରେ ସିଟ୍ ଭିତରେ ରହିଥିବା ଗଞ୍ଜେଇ ପୁଡିଆକୁ ଜବତ କରିଛି ପାରଳାଖେମୁଣ୍ଡି ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀମାନେ ଟିଡିସିସି ପେଟ୍ରୋଲ ପମ୍ପ ପରିସରରେ ଛାନବିନ୍ କରିଥିଲେ । ସେହି ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ବାଇକରେ ଗଞ୍ଜେଇ ଗଛିତ ଥିବା ଜାଣି ପାରି କିଛି ଗଞ୍ଜେଇ ପୁଡିଆକୁ ଜବତ କରିବା ସହ ବାଇକ୍ ମାଲିକ ତଥା ପେଟ୍ରୋଲ ପମ୍ପ କର୍ମଚାରୀକୁ ଅଟକ ରଖି ପଚରାଉଚରା କରୁଛି । କେଉଁ ଉଦ୍ଦେଶ୍ୟରେ ଗଞ୍ଜେଇ ବାଇକରେ ଲୁଚାଇ ରଖାଯାଇଥିଲା ତାହା ଜଣାପଡ଼ି ନାହିଁ । ବାହାର ଜିଲ୍ଲାରୁ ଆସି ଏଠି ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବାରୁ କର୍ମଚାରୀଙ୍କ ଭୂମିକାକୁ ନେଇ ତଦନ୍ତ କରୁଛି ଅବକାରୀ ବିଭାଗ । ତେବେ ଜବତ ଗଞ୍ଜେଇର ପରିମାଣ ମୋଟ ୧୫୦ ଗ୍ରାମ ହୋଇଥିବା ବେଳେ ଏହା ଅତି ଉନ୍ନତ କିସମର ଏବଂ ଏହା ବାହାର ରାଜ୍ୟର ବୋଲି ଅନୁମାମ କରାଯାଇଛି । ଏପରି ସ୍ବଳ୍ପ ପରିମାଣର ଗଞ୍ଜେଇକୁ ଚାଲାଣକାରୀ ତଥା ଦୁର୍ବୃତ୍ତମାନେ ସାମ୍ପୁଲ ଭାବେ ଆଣିଥିବାର ଅନୁମାନ କରୁଛି ଅବକାରୀ ବିଭାଗ । ଏନେଇ ଅଭିଯୁକ୍ତଙ୍କୁ ଜେରା ଚାଲିଛି ଜେରା ପରେ ସମସ୍ତ ତଥ୍ୟ ସାମନାକୁ ଆସିବ ଏବଂ ଏଥିରେ ବହୁ ବ୍ୟକ୍ତିବିଶେଷ ଥିବାର ଅନୁମାନ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି ଚଢଉରେ ସଦର ଅବକାରୀ ନିରୀକ୍ଷକ ପ୍ରକାଶ ସାହୁ, ଜିଲ୍ଲା ଭ୍ରାମ୍ୟମାଣ୍ୟ ଅବକାରୀ ଇନ୍ସିପେକ୍ଟର ନବସ୍ମିତା ନାୟକ ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀମାନେ ଭାଗନେଇଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.